-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକସଦର ସ୍ଥିତ ନୋଡାଲ ୟୁପି ପରିସରରେ ଗୁରୁବାର କର୍ଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆୟୋଜନ ରେ ଆୟୁଷ୍ମାନ ଭାରତ ଯୋଜନା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ସଭା ରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଧା, ଗୋଷ୍ଠି ଶିକ୍ଷା ଅଧିକାରୀ ହୃଷିକେଶ ଗହୀର, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ସ୍ବର୍ଣ୍ଣଲତା ସାହୁ, ସିଡିପିଓ ଗିରିଜା ଗୁଡ଼ଲା,ନର୍ଲା ବିଧାୟକ ପ୍ରତିନିଧି ଦୀନବନ୍ଧୁ ସାହୁ,କଳାହାଣ୍ଡି ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହାର ଲାଭ ଉଠେଇବାକୁ ଜନ ସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ l
ମେଡିକାଲ ଅଫିସର ଡ଼ ସୌମ୍ୟରଞ୍ଜନ ପାତ୍ର ମେଳା ର ଉଧେଶ୍ୟ ଉପରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ୍ ଅଜିତ ସିଂ କୁମାର,, ଡାକ୍ତର ଅଖିଲେଶ ସାମଲ, ଡାକ୍ତର ପୁଷ୍ପକ କୁମାର ମହଲା, ଡି.ପି.ଏଚ.ଓ ରାକେଶ କୁମାର ସାହୁ ,ଫାର୍ମାସିଷ୍ଟ ପବିତ୍ର ରଣା ଆୟୁଷ ଡାକ୍ତର ଧର୍ମ ରାଜ ସିଂ,
ଶିଖିଧ୍ୟଜ ପୁଟେଲ
ଡାକ୍ତର ବେଦ ବାକ,ଡାକ୍ତର ତନିଶା ପରିମିତା ବିମଳ ଚନ୍ଦ୍ର ସାହୁ, ପବିତ୍ର ନାଏକ,ଟେଲୁରିୟମ ମଲ୍ଲିକ, ପ୍ରଶାନ୍ତ ସାହୁ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ, ଆଶା କର୍ମୀ ମାନେ ସହଯୋଗ କରିଥିବା ବେଳେ ସଭା କାର୍ଯ୍ୟ ରେ ଲଳିତ କୁମାର ପଟ୍ଟନାୟକ ଓ ପ୍ରବୋଧ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏହି ମେଳା ରେ ୫୮୬ ଜଣ ପୁରୁଷ,୩୬୯ ଜଣ ମହିଳା ଚିକିତ୍ସିତ ହୋଇଥିଲେ ।ତେବେ ଏ ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା।ଏଥିରେ ୧୨ ଜଣ ରକ୍ତ ଦାତା ରକ୍ତ ଦାନ କରିଥିଲେ। ଏଥିରେ କର୍ଲାମୁଣ୍ଡା ସରସ୍ବତୀ ଶିଶୁ ମନ୍ଦିର ଭଉଣୀ ଭାଇ ମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ