-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
ପଦ୍ମପୁର/ଗାଇସିଲେଟ- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତରଫରୁ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରବିଣ କୁମାର ବଣୁଆ ବିଡ଼ିଓ , ମନୋଜ କୁମାର ଦେବତା ତହସିଲ ଦାର, ପ୍ରଣୟ କୁମାର ସାହୁ ବ୍ଲକ ଚେୟାରମେନ, ପ୍ରବିଣ କୁମାର ପାଣିଗ୍ରାହୀ ଏମ ପି ନମିନି ,ନିଳମଣୀ ବରିହା ଜିଲ୍ଲା ପରିଷଦ, ଝରଣା ପାଣିଗ୍ରାହୀ ଜିଲ୍ଲା ପରିଷଦ ଆଦି ଉପସ୍ଥିତିରେ ଚେୟାରମେନ ଫିତାକାଟି ଦୀପ ପ୍ରଜ୍ବଳନ କରିଥିଲେ ।
ଏଥିରେ ବିଭିନ୍ନ ବିଭାଗରୁ ଡାକ୍ତର ଡ. ଅମିତ୍ କୁମାର ଭୋଇ ଶିଶୁ ବିଶେଷଜ୍ଞ,ଡ. ବଳଦେବ ପ୍ରଶାଦ କର ମେଡିସିନ ବିଶେଷଜ୍ଞ,ଡ. ସରୋଜ ସେଠ ସ୍ତ୍ରୀ ଓ ପ୍ରସୂତି ବିଭାଗ,ଡା. ଯଶୋବନ୍ତ ମେହେର,ଡ. ମହେଶ ନାରାୟଣ ମିଶ୍ର,ଡ. ଶିବ ପ୍ରସାଦ ସେନାପତି ସାଧାରଣ ବିଭାଗ,ଡ. ପଙ୍କଜ କୁମାର ଭୋଇ,ଡ. ସମୀର କୁମାର ମେହେର,ଡ. ରବିନ୍ଦ୍ର ମାହାର ଆୟୁଷ ଏବଂ ସୁରେଶ କୁମାର ପତି ଅପଥାଲମିକ୍ ଆସିଷ୍ଟାଣ୍ଟ ,ରମେଶ ମହାଲିକ ଲେବରଟରୀ ଟେକନିସିଆନ,ଅଶୋକ କୁମାର ମହାନ୍ତି ସିନିଅର ଫାର୍ମାସିଷ୍ଟ ,ଟି ବି ସୁପର ଭାଇଜର, ମେଲେରିଆ ସୁପର ଭାଇଜର, ଲେପ୍ରସି କର୍ମୀ, ନର୍ସିଂ ଅଫିସର,ସି ଏଚ୍ ଓ ସମସ୍ତ ସ୍ୱାସ୍ଥ୍ୟ କର୍ମୀ , ଆଶାକର୍ମୀ , ନିର୍ମଳ କର୍ମୀ,ସିକୁରିଟି ଗାଡ୍, ଅଙ୍ଗନୱାଡି କର୍ମୀ, ଶିକ୍ଷକ ମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ ।
ଏହି ସ୍ୱାସ୍ଥ୍ୟ ମେଳାରେ ୮୦୦ ରୁ ଅଧିକ ଲୋକ ଆସି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ, ତାଙ୍କର Health ID ତିଆରି କରିବାରେ
ମୁରିରୀ ପ୍ରସାଦ ନାଏକ ବି ଡି ଏମ, ଦିପକ କୁମାର ସାହୁ ସି ଏଚ୍ ଓ ସହଯୋଗ କରିଥିଲେ । ଔଷଧ ବିତରଣ ପାଇଁ ଥିବା ଫାର୍ମାସିଷ୍ଟ ମାନେ ଲୋକମାନଙ୍କୁ ଶୃଙ୍ଖଳାରେ ମେଡିସିନ ବିତରଣ କରିଥିଲେ ।
ଏହି ସ୍ୱାସ୍ଥ୍ୟ ମେଳାରେ ସାଂସ୍କୃତିକ କାର୍ଯ୍ୟ କ୍ରମରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଯୋଗ ଦାନ କରି ତାଙ୍କ ର କଳା ପ୍ରଦର୍ଶନ କରି ଥିଲେ ଏବଂ ପୁରସ୍କାର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ ।
ଏହି ସ୍ୱାସ୍ଥ୍ୟ ମେଳାକୁ ବି ଡି ଓ ସାର୍, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବସନ୍ତ କୁମାର ପାରେଖ ପି ଏଚ ଇ ଓ, ବରଗଡ଼ ଜିଲ୍ଲା ହସପିଟାଲରୁ ଆସିଥିବା ଡି ଏମ୍ ଆର୍ ସି ଏଚ୍
ଅଶୋକ କୁମାର ସାହୁ , ଲମ୍ବୋଦର ପାତ୍ର ସୁପର ଭାଇଜର , ଆନନ୍ଦ ହୋତା ସୁପର ଭାଇଜର,ରିଆଜ ଖାନ୍ ଜୁନିୟର କ୍ଲର୍କ ,ଅଶୋକ କୁମାର ମହାନ୍ତି ସମସ୍ତ କାର୍ଯ୍ୟ କ୍ରମକୁ
ତଦାରଖ କରି ସୁପରିଚାଳନା କରିଥିଲେ।