-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
ଆଗଲପୁର, (ବିନୋଦ କୁମାର ଦୀପ) ଗତ ତାରିଖ 20 ଦିନ ଆଗଲପୁର ବ୍ଲକର କାର୍ଯ୍ୟାଳୟ ଠାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା l ବ୍ଲକର ସଭା ଗୃହରେ ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ଗୀତା ରାନୀ ଦାଶଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭା କାର୍ଯ ଆୟୋଜନ ହୋଇଥିଲା l ବ୍ଲକର ନବ ନିର୍ବାଚିତ ସମସ୍ତ ସଭ୍ୟ, ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନ ଯୋଗଦେଇଥିଲେ l ଏହି ସଭାକୁ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଳିଙ୍ଗ ମଧ୍ୟ ଯୋଗ ଦେଇଥିଲେ l ଉକ୍ତ ପଞ୍ଚାୟତ ସମିତି ବୈଠକରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଉକ୍ତ ସଭାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିଲେ।ଉକ୍ତ ସଭାରେ ଅଞ୍ଚଳର ଶିକ୍ଷା ସ୍ବାସ୍ଥ୍ୟ, ରାସ୍ତା ଘାଟ, ପାନୀୟ ଜଳର ସମସ୍ୟା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା l
ହେଲେ ଏକ ବିଡ଼ମ୍ବନାର ବିଷୟ ଯେ ଉକ୍ତ ସଭାକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା l ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନେ ଏ ବିଷୟରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଗୀତା ରାନୀ ଦାଶ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରିଥିଲେ l ଆଗାମୀ ଦିନରେ ଏ ପ୍ରକାର ବିଶୃଙ୍ଖଳା ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ l ବିଶେଷ କରି ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ସାମ୍ବାଦିକ ମାନଙ୍କୁ ବୈଠକରେ ଉପସ୍ଥିତିକୁ ବାରଣ କରିଥିଲେ, ଯାହାକି ଗଣମାଧ୍ୟମ ପ୍ରତି ଅସମ୍ମାନର ବିଷୟ l