-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ଏହା ପ୍ରକୃତରେ ଖଣିଜଦ୍ରବ୍ୟ କି ? ଏ ଖଣିଜଦ୍ରବ୍ୟ ମାଙ୍ଗାନିଜ୍ , ମାଙ୍ଗାନିଜ୍ ଓର୍ , ଲୁହାପଥର ନା ମାଟିଗୋଡିପଥର ?ଏହା କେଉଁଠି ଥିଲା ? ? ? ? ଖଣିରେ ନା ବାହାରେ ? ?
ଏହାର ମାଲିକାନା କାହାର ?
ଏହା କେଉଁ ବିଭାଗର ? ଖଣିବିଭାଗର , ବନବିଭାଗର ନା ରାଜସ୍ୱ ବିଭାଗର ???
ଗିରଫ ଅଭିଯୁକ୍ତମାନେ କିଏ ?????
ଚୋର ନା ଚୋରାଚାଲାଣକାରୀ ?? ନା ମାଲିକର ଆଦେଶରେ କେବଳ ବୁହାଳି ଚାକର ??
ସେମାନଙ୍କ ବୟାନର ସତ୍ୟତା କେତେ ?
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ଗ୍ରହଣୀୟତା କେତେ ? ସୁନୀଲ୍ ଶ୍ରୀବାସ୍ତବ କିଏ ? ଖଣିମାଫିଆ ଅଣଓଡିଆ କେଉଁମାନେ ? କାହାଘରେ କିଏ ରହିଲା ବା କେଉଁଠି କିଏ କେବେ ଠିଆହେଇଥିଲାବେଳେ ଫଟୋ ଉଠିଲା , ଏଥିରେ କେଉଁ ରାଜନେତା କି କେଉଁ ବିଧାୟକଙ୍କର ସମ୍ପୃକ୍ତି ପ୍ରମାଣିତ ହେଲା କିପରି ? ଏହି ମାମଲାର ଟଣାଟଣିର ଦୈର୍ଘ୍ଯ ବା ସ୍ଥିତିସ୍ଥାପକତା ( ଇଲାଷ୍ଟିସିଟି ) ଏତିକି ନା ଆହୁରି ଲମ୍ବିବାର ସମ୍ଭାବନା ଅଛି , ତାହା ଏତେଦିନ ହେଲାଣି ସ୍ଥିର ରହିଲାପରି ଜଣାପଡୁଛି ! ଏଥିରେ ରାଜନୀତି ପୁରାଇବାର ଅପଚେଷ୍ଟାର ସ୍ବାସ୍ଥ୍ୟାବସ୍ଥା ବି ସ୍ଥିର ରହିଛି । ଏଣୁ ଏବେ ଆପାତତଃ ରହସ୍ୟରେ ରହିଯାଇଥିବା ତଥାକଥିତ ଚମ୍ପାସର ମାଙ୍ଗାନିଜ୍ ଚୋରାଚାଲାଣ ମାମଲା ତଦନ୍ତର ଲୋକେ ଏହିପରି ବିଲୁଆବିଚାର କରୁଛନ୍ତି । ଜୟକଳା !
ଏବେ ଏଇସବୁ ପ୍ରଶ୍ନ ମୁଣ୍ଡ ଟେକିଲାଣି । ଯେଉଁ ମାଙ୍ଗାନିଜ୍ ଓର୍ ବୋଲି ମାଟିପଥରଗଦାରୁ କିଛି ମାଟି ପରୀକ୍ଷାପାଇଁ ନେବାକୁ ଆସିଥିଲାବେଳେ ଗ୍ରାମର କିଛି ଲୋକ ସନ୍ଦେହରେ ଲରମ୍ଭାଥାନା ପୁଲିସ୍ କୁ ଚୋରିହେଉଛି ବୋଲି ଖବର ଦେଲେ ବା ସେଇବାଟ ଦେଇ କେତେବେଳେ ରୁଷୁ ଓ ଆଉ ଜଣେ ଯିବାଆସିବା କରୁଥିବା କହିଲେ ବୋଲି ପ୍ରକାଶ ପାଇଲା ; ୟା'ର ଯୋଗସୂତ୍ରରୁ କ'ଣ ବାହାରିଲା ? ପୁଣି ପ୍ରକାଶ ପାଇଛି ଯେ , ଜଣେ ଆଦିବାସୀଙ୍କର ଜମିଜାଗାରେ ଗଦାହେଇଥିବା ହଜାର ହଜାର ଟ୍ରିପ୍ ମାଙ୍ଗାନିଜ୍ ଅନ୍ୟ ଜଣେ ମାଲିକଙ୍କର । ଏବଂ ତା'କୁ ଜଗିବା ବା ତାହା କିଏ , କାହିଁକି ନେଲା ; ଖଣିବାଲେ , ରାଜସ୍ୱବାଲେ , ଜିଲ୍ଲାପ୍ରଶାସନ ବା ଜିଲ୍ଲାପାଳ ଜାଣି ପଦକ୍ଷେପ ନେବା କଥା ? ଏବେ ତଦନ୍ତକାରୀ ସାମ୍ନାରେ ଏମିତି ଅନେକ ପ୍ରଶ୍ନ ଓ ପ୍ରସଙ୍ଗ । ଏଥିରେ ତଦନ୍ତ ଆଗକୁ ବଢିବ , କେମିତି ବଢିବ ଓ କେତେଦୂର ବଢିବ ; ଦେଖିବାକୁ ବାକି ରହିଲା ?ଶୁଣାଯାଇଥିଲା ଯେ , ଏହାର ତଦନ୍ତ ସକାଶେ ପୁଲିସ୍ ଏକ ସ୍ବତନ୍ତ୍ର ଟିମ୍ ଗଠନକରିଛି ଓ ସେମାନେ ବ୍ରଜରାଜନଗର ଯାଇ ସେଠାରେ ଘଟଣାର ମାଷ୍ଟର୍ ମାଇଣ୍ଡ୍ ସୁନୀଲ୍ ଶ୍ରୀବାସ୍ତବଙ୍କୁ ଖୋଜାଖୋଜି ଚଳାଇଛନ୍ତି । ତେବେ ଏହି ମାମଲାର ଉପରୋକ୍ତ ଦିଗଗୁଡ଼ିକ ରହିଥିଲାବେଳେ ଲରମ୍ଭା ବନାମ ପାଟଣାଗଡ ବନାମ ବଲାଙ୍ଗୀର ପୁଲିସ୍ ଯାଇ ବ୍ରଜରାଜନଗର , ଝାରସୁଗୁଡା , ସମ୍ବଲପୁର , ପଦ୍ମପୁର , ବ୍ରହ୍ମପୁର , ଛତିଶଗଡ , ଚମ୍ପା , ଉତ୍ତରପ୍ରଦେଶ କେତେଆଡେ ବୁଲି ବୁଲି ଏହାର ଚେର ଓପାଡିବ ; ଭବିଷ୍ୟତ କହିବ ?