-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Apr-2022
ପୁରୀ (ସମୀର ରଞ୍ଜନ ନାୟକ )ବିଶ୍ବ ପୃଥିବୀ ଦିବସ ଆସନ୍ତା ୨୨ ତାରିଖରେ ପାଳନ ହେବ । ଏହି ଉପଲକ୍ଷେ ଏନସିସି ୬ଷ୍ଠ ବାଟାଲିୟନ ପକ୍ଷରୁ 'ପୁନିତ ସାଗର ଅଭିଯାନ' ଅନୁଷ୍ଠିତ ହେବ । ବେଳାଭୂମି ସଫେଇ ତଥା ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ଏହାକୁ ପୁନଃ ବ୍ୟବହାରକ୍ଷମ କରାଯିବା ଏହି ଅଭିଯାନର ଲକ୍ଷ ରହିଛୋ । ଏହି ଅବସରରେ ବାଟାଲିୟନ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ସଚେତନତା ଶୋଭାଯାତ୍ରା ବାହାରିବା ସହ ଦିଗବାରେଣୀ ଠାରୁ ବତୀଘର ପର୍ଯ୍ୟନ୍ତ ସଫେଇ କରାଯିବ । ଏଥିରେ ପୁରୀ ସମେତ ବିଭିନ୍ନ ଜିଲ୍ଲାର ଜାତୀୟ ସମର ଶିକ୍ଷାର୍ଥୀ ମାନେ ଯୋଗ ଦେବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ । ଏଥିନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପାନୀୟ ଜଳ, ଆମ୍ବୁଲାନ୍ସ, ପୁଲିସ ମୁତୟନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ବାଲୁକା କଳାର ମଧ୍ୟ ଆୟୋଜନ କରାଯାଇଛି । ବେଳାଭୂମିକୁ ସ୍ବଚ୍ଛ ରଖିବା ପାଇଁ କ୍ୟାଡେଟ ମାନେ ଶପଥ ନେବେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ସୁବେଦାର ମେଜର ଶ୍ରୀ ରୋହଟାସ, ନାଏକ ସୁବେଦାର ଶ୍ରୀ ବିଶ୍ରାମ ସିଂ, ହାବିଲଦାର ଶ୍ରୀ ବୁଦ୍ଧଦେବ ଶବର, ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ପରାମର୍ଶଦାତା ଶ୍ରୀ ଜ୍ୟୋତି ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।