-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
ନାକଟିଦେଉଳ(କନ୍ଦର୍ପ ବେହେରା)ସମ୍ବଲପୁର ଜିଲ୍ଲା ରେଡକ୍ରସ ପକ୍ଷରୁ ନାକଟିଦେଉଳ ଓ ରେଢାଖୋଲରେ ଗରିବ ଅସହାୟ ମାନଙ୍କୁ ହାଇଜିନ କିଟ ପ୍ରଦାନ କରାଯାଇଅଛି । ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମାରୱାଡିମୁଣ୍ଡା ଗ୍ରାମରେ ୫୦ ଜଣଙ୍କୁ କିଟ ପ୍ରଦାନ କରାଇଯାଇଥିବା ବେଳେ ରେଢାଖୋଲରେ ୪୮ ଜଣଙ୍କୁ କିଟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାରଓାଡିମୁଣ୍ଡା ଗ୍ରାମରେ ସମାଜସେବୀ ନିଳାମ୍ବର ସାହୁ, ଶ୍ରୀପତି ସାହୁ, ଅଜିତ ସାହୁ ଓ ସାଗର ମାହାର ସହଯୋଗ କରିଥିବା ବେଳେ ରେଢାଖୋଲରେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ସହ ଯୋଗ କରିଥିଲେ । ଅନ୍ୟପକ୍ଷରେ ରେଢାଖୋଲ ଭୀମଭୋଇ କଲେଜ ପରିସରରେ ରେଡକ୍ରସ ଦ୍ୱାରା ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା . । ଏଥିରେ ନାକଟିଦେଉଳ ଡିଗ୍ରୀ ମହାବିଦ୍ୟାଳୟ ଭୀମଭୋଇ ମହାବିଦ୍ୟାଳୟ, ରେଢାଖୋଲ ମହିଳା ବିଦ୍ୟାଳୟ ,ଫୁଲଝରଣ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ । ରେଡକ୍ରସର ପ୍ରମିଳା ବେହେରା ଓ ସଂଜୀବ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।