-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
19-Nov-2020
କଲାହାଣ୍ଡି /କୋକସରା (ତ୍ରିନାଥ ବେଶ୍ରl )-ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସମର୍ଥନରେ ଭାରତ ମୁକ୍ତିମୋର୍ଚ୍ଚା, କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ପକ୍ଷରୁ କୋକସରା ତହସିଲ କାର୍ଯ୍ୟ।ଳୟ
ସମ୍ବୁଖରେ ଏକ ଜନ ଜାଗରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡ଼ିଶା , ଭାରତମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭାପତି ଦୁର୍ଯୋଧନ ଜାଲଙ୍କ ଅଧ୍ୟକ୍ଷତାରେ ଏହି ସଭ।କାର୍ଯ୍ୟ
ଆୟୋଜିତ ହୋଇଥିଲା ।ଏହି ସଭାରେ ବିଶେଷ କରି ଆଦିବାସୀ ,
ହରିଜନ , ଓ ପଛୁଆ ବର୍ଗର ଲୋକମାନେ କିଭଳି ଭାବରେ ଆଗକୁ ବଢ଼ିପାରିବେ ଏବଂ ସେମାନଙ୍କ ଅଧିକାର କିଭଳି ଭାବରେ ପାଇ ପାରିବେ ସେଥି ପ୍ରତି ବିଶେଷ ଆଲୋଚନା କରାଯାଇଥିଲା । ପରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
କୋକସରା ବ୍ଲକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ର ସଭାପତି ଉପେନ୍ଦ୍ର ଶବର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇ ଥିବାବେଳେ ଓଡ଼ିଶା ବହୁଜନ ମୁକ୍ତି ପାର୍ଟି କାର୍ଯ୍ୟକାରୀ ସଭାପତି ନିର୍ମଳ ଜାଲ ଯୋଗ ଦେଇ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଆଦିବାସୀ ଏକତା ଓ ସଚେତନତା ଉପରେ ବିଶେଷ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ କୋକସରା ବ୍ଲକ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି କ୍ଷୀରସିନ୍ଦୁ ବୋଡ଼କିଆ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।