-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ତୁଷୁରା (ପଞ୍ଚାନନ ନାଏକ)-ତୁଷୁରା ଏନଏସି କାର୍ଯ୍ୟାଳୟ ପରିଷରରେ ଶନିବାର ପୌରପରିଷଦ ନିର୍ବାଚନର ଭୋଟ ଗଣତି ସରିଯାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅଜୟ କୁମାର
ଜୟଶ୍ୱାଳ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ଅଧ୍ୟକ୍ଷ ପ୍ରାର୍ଥୀ ରୁନୁଗୋପାଳ ସାହୁଙ୍କ ଠାରୁ ୮୨୬ଭୋଟରେ ବିଜୟୀ ହୋଇଥିବା ବେଳେ ବିଜେଡି-୩୬୫୧, ବିଜେପି-୨୮୨୫, କଂଗ୍ରେସ-୧୫୭ ଓ ନାଟାରେ ୫୫ଟି ଭୋଟ ମିଳିଥିଲା । ଏହା ସହିତ ବିଜେଡିର ୭ଜଣ କାଉନସେଲର ଯଥା,୨ନମ୍ବର ୱାର୍ଡ କାଉନସେଲର-ସୁଷମା ସାହୁ, ୩ନମ୍ବର ୱାର୍ଡ କାଉନସେଲର- ଚିନ୍ତାମଣୀ ବାଗ, ୪ନମ୍ବର ୱାର୍ଡ କାଉନସେଲର-ମିଥୁନ ସାହୁ, ୫ନମ୍ବର ୱାର୍ଡ କାଉନସେଲର-ମାମୀ ଦାଶ, ୭ନମ୍ବର ୱାର୍ଡ କାଉନସେଲର-ସବିତା ନାଗ, ୮ନମ୍ବର ୱାର୍ଡ କାଉନସେଲର-ସର୍ବେଶ୍ୱରୀ ଭୋଇ, ୧୧ନମ୍ବର ୱାର୍ଡ କାଉନସେଲର-ରୀତା ପ୍ରଧାନୀ ବିଜୟୀ ହୋଇଥିବା ବେଳେ ଭାଜପାର ୧ନମ୍ବର ୱାର୍ଡ କାଉନସେଲର-ମିତାଲି ସାହୁ, ୬ନମ୍ବର ୱାର୍ଡ କାଉନସେଲର- ଗୀତାଞ୍ଜଳୀ ଦର୍ଜି, ୯ନମ୍ବର ୱାର୍ଡ କାଉନସେଲର- ଧିରେନ୍ଦ୍ର କୁମାର ମହାନନ୍ଦ, ୧୦ନମ୍ବର ୱାର୍ଡ କାଉନସିଲର- ବବିତା ସାହୁ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ତଥା ତୁଷୁରା ତହସିଳଦାର ରବିନ୍ଦ୍ର ପଟେଲ ପ୍ରକାଶ କରିଛନ୍ତି । ବିଜୟ ପରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଓ ୭ଜଣ କାଉନସେଲର ପ୍ରାର୍ଥୀ ମାନେ ସହରର ବିଭିନ୍ନ ମନ୍ଦିରକୁ ଯାଇ ଦେବାଦେବୀଙ୍କ ଦର୍ଶନ କରିଥିବା ସହ ନିଜ ନିଜ ୱାର୍ଡ ବୁଳି ଲୋକମାନଙ୍କୁ ଧନ୍ୟବାଦ ଦେବା ସହ ଆର୍ଶୀବାଦ ନେଇଥିଲେ । ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବା ପାଇଁ ବିଜୟ ପରେ ଶ୍ରୀ ଜୟଶ୍ୱାଳ ପ୍ରକାଶ କରିଥିଲେ ।