-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ବରଗଡ଼:-ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଥିଲା ।ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବାବେଳେ ଅନ୍ୟ ପଦବୀ ସକାଶେ ସବୁ ମନୋନୟନ କରାଯାଇଥିଲା । ନିର୍ବାଚନ ରେ ଉମେଶ ଚନ୍ଦ୍ର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ, ଉପ ସଭାପତି ଭାବେ ମାନସ ରଞ୍ଜନ ଭୋଇ, ସମ୍ପାଦକ ଶାନ୍ତନୁ କୁମାର ତ୍ରିପାଠୀ, ସହ ସମ୍ପାଦକ ଚିନ୍ମୟ ପଣ୍ଡା ନିର୍ବାଚିତ ହୋଇଛନ୍ତି ।ଏହା ସହ ବାର୍ ଆସୋସିଏସନ୍ ର ସାଧାରଣ ପରିଷଦ ସଦସ୍ୟ ନିମନ୍ତେ ୬ ଜଣ ସଭ୍ୟ ନିଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି ।ନିର୍ବାଚନ କୁ ଶ୍ରୀଯୁକ୍ତ ପରମେଶ୍ୱର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାଇତ୍ୱ ତୁଲାଇ ଥିଲେ ।