-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Mar-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ମାଣ୍ଡୋସିଲ ଜୁନିଅର କଲେଜ ରେ ବାଳିକା ମାନଙ୍କର ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । କଲେଜ ର ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ମହାପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଅଧ୍ୟାପିକା ଅନାମିକା ସାହୁ ଏବଂ ଜୟଶ୍ରୀ ମେହେର ଙ୍କ ସଂଯୋଜନା ରେ ଆୟୋଜିତ ଶିବିର ରେ ପ୍ରଶିକ୍ଷିକା ଭାବରେ ନନ୍ଦିନୀ ରାଉତ ଯୋଗଦେଇ ଆତ୍ମସୁରକ୍ଷା ବିଷୟରେ ଧାରଣା ଦେବାସହ,ନିଜକୁ କିପରି ଭାବେ ସୁରକ୍ଷା ଦେଇପାରିବ ସେ ବିଷୟରେ କଲେଜ ର ସମସ୍ତ ଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ସର୍ବଶ୍ରୀ:-ପ୍ରେମକୁମାର ସାହୁ,ନାଗେଶ୍ୱର ସାହୁ,ଲାଲା ପଟେଲ, ବିନୋଦ କୁମ୍ଭାର, ଦମୟନ୍ତୀ ରଣା ପ୍ରମୁଖ କଲେଜ ରେ କାର୍ଯ୍ୟରତ କର୍ମଚାରୀ ଗଣ ପରିଚାଳନା ରେ ସହଯୋଗ କରିଥିଲେ ।