-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
23-Mar-2022
ବୌଦ୍ଧ(ପ୍ରେରଣା ଖବର ବ୍ୟୁରୋ): ବୌଦ୍ଧ ବ୍ଲକ ର ମୁଣ୍ଡପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଏକ ଦିନିଆଁ ସ୍ବେଛାସେବୀ ଅନୁଷ୍ଠାନ ୟା ଈ ସି ଡି ଏ ବାଉଁସୁଣୀ ତରଫରୁ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟଙ୍କ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି. ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଗଠନ ଓ କାର୍ଯ୍ୟକ୍ରମ ପ୍ରଣାଳୀ, ନିୟମିତ ବୈଠକ ଓ ବିଦ୍ୟାଳୟ ତଥା ବିଦ୍ୟାର୍ଥୀ ମାନଙ୍କର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା, ଶିଶୁ ବନ୍ଧୁତ୍ୱ ପରିବେଶ ସୃଷ୍ଟିକାରି ପିଲାଙ୍କୁ ପାଠ ପଢିଇବା ଏବଂ ବିଦ୍ୟାଳୟ ଉନ୍ନତି ପାଇଁ ପରିଚାଳନା କମିଟି ପ୍ରତି ମାସରେ ଅନ୍ତତଃ ଥରେ ବୈଠକ କରିବା ଉପରେ ତାଲିମ୍ ଦିଆଯାଇଥିଲା. କାର୍ଯ୍ୟକ୍ରମ ରେ ମୁଁଡାପଡା ପଂଚାୟତ ସମସ୍ତ ଗ୍ରାମ ରେ ଥିବା ସଦସ୍ୟ ସମେତ ଆଶାକର୍ମୀ ଅଙ୍ଗନବାଡି କର୍ମୀ, ଅଭିଭାବକ, ୱାର୍ଡ ମେମ୍ବର, ତାଲିମ ନେଇଥିଲେ. ଶ୍ରୀ ବିକ୍ରମ ପ୍ରଧାନ ଏବଂ ଶ୍ରୀ ପ୍ରଶାନ୍ତ ଝଙ୍କାର ଏଇ ଗୋଟେ ଦିନିଆଁ ତାଲିମ ଦେଇଥିଲେ. କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୁଣ୍ଡପଡା ପଂଚାୟତ ର ଶେଷଦେବ ପ୍ରଧାନ, CRCC, ଏବଂ ମୁଣ୍ଡପଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ. ସଭାଟିକୁ ୟା ସି ଡି ଏ ର କର୍ମକର୍ତା ମାନେ ଶୁଭ୍ରାତା ଜେନା, ବବିନା ନାଏକ, ସୁଧାମାୟୀ ରଥ ଏବଂ ହରପ୍ରସାଦ ତ୍ରିପାଠୀ ପରିଚାଳନା