-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
23-Mar-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ବ୍ଲକ ଉପାଧ୍ୟକ୍ଷ ଭାବେ କର୍ଲାମୁଣ୍ଡା ସମିତି ସଭ୍ୟା ସୁରେନ୍ଦ୍ର ଭୋଇ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି।ଏହି ବ୍ଲକ ର ମୋଟ ୧୨ ସମିତି ସଭ୍ୟ ରୁ ୧ ୧ଜଣ ସମିତି ସଭ୍ୟ /ସଭ୍ୟା ଆଜିର ସ୍ୱତନ୍ତ୍ର ବୈଠକରେ ଉପସ୍ଥିତ ଥିବା ବେଳେ କେବଳ ସୁରେନ୍ଦ୍ର ଭୋଇ ଏକମାତ୍ର ପ୍ରାର୍ଥୀ ଭାବେ ଉପାଧ୍ୟକ୍ଷ ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ l ଫଳରେ ତାଙ୍କୁ ଉପାଧ୍ୟକ୍ଷ ଭାବରେ ଘୋଷଣା କରାଯାଇଥିଲା lଏଠାରେ ସୂଚନାଯୋଗ୍ୟ ଶ୍ରୀ ଭୋଇ ଭାରତୀୟ ସେନା ବାହିନୀ ର ଅବସର ପ୍ରାପ୍ତ ସୈନିକ ହୋଇଥିବାରୁ ରାଜନୀତି ଜରିଆରେ ଜନସେବା କରିପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।ଅନ୍ୟ ପଟେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ପୂର୍ବରୁ କଂଗ୍ରେସ ଦଳରେ ରହିଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗ ଦେଇଥିବା ଜଣାପଡ଼ିଛି।ଅନ୍ୟ ମାନଙ୍କ ମଧ୍ୟରେ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ନନ୍ଦି କିଶୋର ଭୋଇ, ବିଜେଡି ନେତା ବିରଞ୍ଚି ରଣା, ସୁରେନ୍ଦ୍ର ସାହୁ, ଅର୍ଜୁନ ସାହୁ, ସୀମାଞ୍ଚଳ ଭୋଇ, ତ୍ରିସଙ୍କ ରଣା,ରବି ନାଗ ପ୍ରମୁଖ ଉପସ୍ଥିତ ଥିଲେ ।