-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
23-Mar-2022
ବରଗଡ଼ (ନିରଞ୍ଜନ ତ୍ରିପାଠୀ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖା ଦ୍ଵାରା ଗତକାଲି ସନ୍ଧ୍ୟା ୭ ଟାରୁ ୮ଟା ପର୍ଯ୍ୟନ୍ତ ଏକ ଇ- ପାଠଚକ୍ର ,ଯାହାର ବିଷୟ ଥିଲା " ଭାରତୀୟ ସଂସ୍କୃତି ରେ ବିଜ୍ଞାନ " ଅନ୍ ଲାଇନ୍ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଆଲୋଚକ ଭାବରେ ସଂସ୍କୃତ ଭାରତୀ, ରାଜ୍ୟ ଶାଖା ସଭାପତି ତଥା ଦଧିବାମନ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଆୟୁଷ୍ମନ୍ତ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ବରଗଡ଼ ଶାଖାର ଉପସଭାପତି ଶ୍ରୀ ଶ୍ୟାମବନ୍ଧୁ ବେହେରା ସଭାପତିତ୍ୱ କରିଥିଲେ। ଘେସଁ କଲେଜ ର ଶିକ୍ଷା ବିଭାଗ ର ଅଧ୍ୟାପିକା ସୁଶ୍ରୀ ମୌସୁମୀ ଶତପଥି ଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ଟି ସୁଶ୍ରୀ ମିତା ଭୋଇଙ୍କ ଦେଶଭକ୍ତି ଗୀତ ଏବଂ ଶ୍ରୀ ସୁମନ୍ତ ପଧାନ ଙ୍କ ବିବେକବାଣୀ ରୁ ଶୁଭାରମ୍ଭ ହୋଇଥିଲା। ଆଲୋଚକ ଶ୍ରୀ ଷଡ଼ଙ୍ଗୀ ଭାରତୀୟ ସଂସ୍କୃତି ଚାଲି ଚଳଣି ରେ ଥିବା ବୈଜ୍ଞାନିକ ସତ୍ୟତାକୁ ଉପସ୍ଥାପନ କରିବା ସହ, ଆମ ସଂସ୍କୃତିରେ ଅଭିବାଦନ, ପୂଜାରେ ପୁଷ୍ପ, ଧୂପ, ଶଙ୍ଖ ଏବଂ ପ୍ରସାଦ ଇତ୍ୟାଦି ର ଉପଯୋଗ, ତିଳକ ଲଗାଇବାର ତାତ୍ପର୍ଯ୍ୟ ଭଳି ଅନେକ ବୈଜ୍ଞାନିକ ରହସ୍ୟ ଭରା ତଥ୍ୟ ଅବତରଣ କରିଥିଲେ। ଲୋକମାନେ ସେହି ସଂସ୍କୃତିକୁ ଅନ୍ଧବିଶ୍ୱାସ ବୋଲି ନ ଭାବି ତାହାର ବୈଜ୍ଞାନିକ ରହସ୍ୟ ଜାଣିବାକୁ ଚେଷ୍ଟା କରିବା ର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଶେଷରେ ଶ୍ରୀ ଗୌତମ ସାମଲଙ୍କ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତିପାଠରେ କାର୍ଯ୍ୟକ୍ରମ ଟି ସାଙ୍ଗ ହୋଇଥିଲା। ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖାର ସମ୍ପାଦକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଲେ।