-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
23-Mar-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଯାଉଛି ପାଇକମାଲ ବ୍ଳକ ।ଏଇ ବ୍ଳକରେ ଯାଉଥିବା ସରେଇକେଲା ସ୍କୁଲ ରେ ତାଲା ପକାଇ ଏଠାକାର ନିଯୁକ୍ତି ପ୍ରାପ୍ତ ପ୍ରଧାନ ଶିକ୍ଷକ ଉଭାନ ହେବା ଦ୍ୱାରା ଛାତ୍ର ଛାତ୍ରୀ ମାନେ ସ୍କୁଲ କୁ ଠିକ ସମୟରେ ପାଠ ପଢ଼ିବାକୁ ଆସୁଥିଲେ ସୁଦ୍ଧା ମୁଖ୍ୟ ଗେଟ ରେ ତାଲା ପଡ଼ିଥିବା ଫଳରେ ବାହାରେ ଛିଡ଼ା ହୋଇ ଉଭାନ ପ୍ରଧାନ ଶିକ୍ଷକ ଙ୍କୁ ଚାତକ ପକ୍ଷୀ ଭଳି ଅନାଇ ବସିଛନ୍ତି ।ସମୟ ର ମୂଲ୍ୟାୟନ ବାବୁ ଦେବାଶିଷ ଙ୍କୁ ଜଣାନାହିଁ ବୋଧହୁଏ । ବାରମ୍ବାର ଏଭଳି ଘଟଣା ଘଟିବାରେ ଲାଗିଛି ବୋଲି ଗ୍ରାମବାସୀ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି ।ଏପଟେ କେତେକ ସ୍କୁଲକୁ ବାଦଦେଲେ ଅନେକ ସେବାଶ୍ରମ ରେ ଏଭଳି ଲୁଚକାଳି ଖେଳ ପ୍ରାୟତଃ ଚାଲିଛି । ଏହାକୁ ଲଗାମ ନଦେଲେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କ'ଣ ହେବ ତାହା ଆପଣ ମାନେ ବିଚାର କରିବେ । ବିଭାଗୀୟ କତୃପକ୍ଷ ଦୟାକରି କୁମ୍ଭକର୍ଣ୍ଣ ନିଦ ଭାଙ୍ଗି ଏଭଳି ଶିକ୍ଷକ ମାନଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅଭିଭାବକମାନେ ଦାବି କରିନ୍ତି