-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ବ୍ଲକ୍ ଭାଲିଆମୁଡl ଗ୍ରାମର ରlମ ନାୟକ୍ (୬୨) ଗତ କାଲି ଠlରୁ ଭିମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ ୫ %ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ କହିଥିଲେ । ତାଙ୍କ ପୁତ୍ର ପର୍ଶୁରାମ ନାୟକ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଏ+ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ପଞ୍ଚlନନ୍ ସl ଆସି ରକ୍ତଦାନ କରିଥିଲେ । ରକ୍ତଦାନ ସମୟରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ଯୁବ ସଦସ୍ୟ ଶମ୍ଭୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲା ଯୁବ କୁଲୁତା ସମାଜର ଏଭଲୀ ମହତ୍ କାର୍ଯ୍ୟକୁ ନୂଆପଡ଼ା ଜିଲ୍ଲା କୁଲୁତା ସମାଜର ବରିଷ୍ଟ ସଦସ୍ୟ ବିରେନ୍ଦ୍ର ପଧାନ ଓ ସୁବର୍ନପୁର୍ ଜିଲ୍ଲା କୁଲୁତା ସମାଜର ସମ୍ପାଦକ ଖେତ୍ରବlସୀ ପଧାନ ଭୂୟସୀ ପ୍ରଶଂସା କରିଥିଲେ