-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ବାକି ରହିଲା ଆଉ ଦୁଇ ଦିନ ସୁବର୍ଣ୍ଣପୁର ପୌର ନିର୍ବାଚନ - ଘର ଘର ବୁଲି ପ୍ରାର୍ଥୀଙ୍କ ସହ ମନ୍ତ୍ରୀ, ସାଂସଦ, ଓ ଅଭିନେତା ଅଭିନେତ୍ରୀଙ୍କ ପ୍ରଚାର ଚାଲିଛି l ସୁବର୍ଣ୍ଣପୁର ପୌର ପରିଷଦ ନିର୍ବାଚନ ପ୍ରଚାର ପ୍ରସାର ଆଜି ଶେଷ ପର୍ଯ୍ୟାୟରେ ପହଁଚିଛି l ଦୀର୍ଘ ୩୦ ବର୍ଷ ବ୍ୟବଧାନରେ ନିଜ ସହର ତଥା ପୌର ପାଳିକା ର ଅଧ୍ୟକ୍ଷ ଙ୍କୁ ସିଧାସଳଖ ଭାବେ ନିର୍ବାଚିତ କରିବା ର ସୁଯୋଗ ପାଇଥିବାରୁ ସହରବାସୀଙ୍କ ଖୁବ ଉତ୍କଣ୍ଠା ବଢିଛି l ଏଥର ଛଅ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦ ପାଈଁ ନିର୍ବାଚନ ମୈଦାନକୁ ଓଲ୍ହାଇ ଥିବାବେଳେ ସେଥି ମଧ୍ୟରୁ ମୁଖ୍ୟତଃ ବିଜେଡି ଦଳର ପ୍ରାର୍ଥୀ ତାମସୀ ତାମସ୍ୱୀତା ନାୟକ, ବିଜେପି ର ସୁନିତା ଗିରି ଓ କଂଗ୍ରେସ ଦଳର ରାଜଶ୍ରୀ ଦ୍ବିବେଦୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ l ସେପଟେ ଏ ସମସ୍ତ ପ୍ରାର୍ଥୀଙ୍କ ଭଳି ସ୍ୱାଧୀନ ପ୍ରାର୍ଥୀ ଭାବେ ଜ୍ୟୋତିଶ୍ରୀ ବେହୁରା ମଧ୍ୟ ଜଣେ ନୁଆଁ ଚେହେରା ସ୍ୱଚ୍ଛ ଭାବ ମୂର୍ତ୍ତି ଅଟନ୍ତି l ବିଜେଡି ପ୍ରାର୍ଥୀ ସରକାରଙ୍କ ସବୁ ଯୋଜନା ର ସଫଳତା ଓ ବିକାଶ ଉପରେ ଓ ଅନ୍ୟ ବିରୋଧୀ ଦଳ ର ପ୍ରାର୍ଥୀ ପୌର ମହା ଦୁର୍ନୀତି ଓ ବିଫଳତା ବିଷୟ ଭୋଟର ଙ୍କୁ କହି ଭୋଟ ଭିକ୍ଷା କରୁଛନ୍ତି l ରାସ୍ତାଘାଟ, ସ୍ୱଚ୍ଛ ଜଳ, ସ୍ୱଚ୍ଛ ଶାସନ, ଆବାସ ଘର ଆଶା ଭଳି ଭୋଟରଙ୍କୁ ପ୍ରାର୍ଥୀ ମାନେ ଭିନ୍ନଭିନ୍ନ ପ୍ରତିଶୁତି ଦେଉଛନ୍ତି l ଶିକ୍ଷିତ ଭୋଟର ଓ ବୁଦ୍ଧିଜୀବୀ କିନ୍ତୁ ପୌର ପରିଷଦ ର ବିଗତ ଆଠ ବର୍ଷ ର ଗୋଳିଆ ରାଜନୀତି, ରାସ୍ତା ଘାଟ ଉନ୍ନତି ମୂଳକ କାର୍ଯ୍ୟ ର ମନ୍ଥରତା, ପୌର ପ୍ରଶାସନର ଏକଛତ୍ର ଶାସନ ସହ ସମ୍ପୂର୍ଣ ବିଫଳତା ପାଈଁ ଅସହ୍ୟ ଓ ଅତିଷ୍ଠ ହୋଇ ଯାଇଛନ୍ତି l ଲୋକଙ୍କ ଜରୁରୀ ସେବା ପାଈଁ ବୁଦ୍ଧିଜୀବୀଙ୍କ ପ୍ରଥମ ଦାବୀ ସବୁ ହେଉଛି କିନ୍ତୁ ସହରର ଛକ ଛକରେ ଟଏଲେଟ, ଥଣ୍ଡା ପାନୀୟର ସୁବ୍ୟବସ୍ଥା, ଉତ୍ତମ ଡ୍ରେନାଇଜ ସିଷ୍ଟମ, ଉନ୍ନତ ମାନର ଓ ଅତ୍ୟାଧୁନିକ ନୁଆଁ ବଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମ ଗାର, ଉନ୍ନତ ରାସ୍ତାଘାଟ, ସ୍ୱଚ୍ଛ ସହର, ଡେଲି ମାର୍କେଟ ସାପ୍ତାହିକ ବଜାର ର ବ୍ୟବସାୟୀ ଓ ଲୋକଙ୍କୁ ଖରା ବର୍ଷା ଦାଉରୁ ରକ୍ଷା ଓ ସାଇକଲ ଓ ବାଇକର ସୁରକ୍ଷା ପାଈଁ ଏକ ଷ୍ଟାଣ୍ଡ ର ବ୍ୟବସ୍ଥା, ଓ ସରକାରୀ ଯୋଜନା ସବୁ ପ୍ରକୃତ ହିତାଧିକାରୀ ଙ୍କୁ ପହଞ୍ଚାଇ ମୁଖ୍ୟ ରାସ୍ତା ରେ ହୋଡିଙ୍ଗ ରେ ହିତାଧିକାରୀ ଙ୍କ ନାଁ ପ୍ରକାଶ କରିବା ଇତ୍ୟାଦି l ଦେଖାଯାଉ ପ୍ରତିଶୁତି ରେ ଲୋକେ ବୁଝିଯିବେ,କ୍ଷମା ଦେବେ କି ଦୀର୍ଘ ବର୍ଷ ର ପ୍ରତାରଣା ପରେ ଏବେ ପ୍ରାର୍ଥୀ ର ବ୍ୟକ୍ତିତ୍ୱ,ଅଭିଜ୍ଞତା, ଓ ଭବିଷ୍ୟତ କୁ ଦେଖି ଅଧ୍ୟକ୍ଷ ଚୟନ କରିବେ, ନା ଏଇ ଶିକ୍ଷିତ ନିରବ ଭୋଟର କିଛି ନୁଆଁ ଇତିହାସ ରଚିବେ ତାହା ସନ୍ଧେହ ରେ ଅପେକ୍ଷା ରେ l ଗତ ବିଧାନସଭା ନିର୍ବାଚନ ରେ ଏଠି ବିଜେପି ଠାରୁ ବିଜେଡି ର ଭୋଟ ହାର କମି ଯାଇଥିବାରୁ ଜ଼ିଲ୍ଲା ତଥା ରାଜ୍ୟ ସ୍ତରରେ ସବୁ ଦଳ ନେତା ମନ୍ତ୍ରୀ ଖୁବ ଆଲୋଚନା ପର୍ଯ୍ୟାଲୋଚନା କରି ଶିକ୍ଷିତ ଓ ନିଷ୍କଳଙ୍କ ଲୋକଙ୍କୁ ଏଥର ନିଜ ନିଜ ଅଧ୍ୟକ୍ଷ ପ୍ରାର୍ଥୀ ବାଛିଛନ୍ତି l କଂଗ୍ରେସ, ବିଜେପି, ଓ ସ୍ୱାଧୀନ ପ୍ରାର୍ଥୀ ସବୁ ଏଥର ନିର୍ବାଚନ ରାଣାଙ୍ଗନ ରେ ପ୍ରଥମ ଓ ପୁରା ନୁଆଁ ଥିବାରୁ ପାୱାର ହାତେଇବା କୁ ପ୍ରଚାରରେ ଫୁଲ ଜୋଶ ରେ ଅଧିକ ପରିଶ୍ରମ କରୁଥିବା ଦେଖା ଯାଉ ଥିବା ବେଳେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ନାୟକ କିନ୍ତୁ ମନ୍ତୀ ନିରଞ୍ଜନ ପୁଜାରୀ ଙ୍କ ସହ ସମସ୍ତ ୱାର୍ଡରେ ସଭା ସମିତି ମାଧ୍ୟମରେ ଭୋଟ ଭିକ୍ଷା କରି
ତାଙ୍କୁ ବିଜୟୀ କରିବାକୁ ଓ ସହର ର ଦ୍ରୁତ ବିକାଶ କରିବାକୁ ଅନୁରୋଧ କରିଛନ୍ତି l ଅନ୍ୟ ପ୍ରାର୍ଥୀନୀ ମାନେ ଜାତୀୟସ୍ତରର ଦଳୀୟ ପ୍ରାର୍ଥୀନୀ, ସ୍ୱଚ୍ଛ ଓ ଦକ୍ଷତା ଥିବା କହି ତାଙ୍କ ଦଳର ପୌର ଶାସନର ବିକାଶ ଓ ସହରରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଭଲ ଥିବାରୁ ଆମେ ନିଶ୍ଚୟ ଜିତିବୁ ବୋଲି କହୁଥିବା ବେଳେ ବିଜେଡି ଦଳ ର ଶ୍ରୀମତୀ ନାୟକ ଉପାଧ୍ୟକ୍ଷl ଭାବେ ପାଞ୍ଚ ବର୍ଷ କାର୍ଯ୍ୟ କରିଥିବା ଅଭିଜ୍ଞତା ଓ ତାଙ୍କ ସ୍ୱାମୀ ପ୍ରାକ୍ତନ ପୌର ଅଧ୍ୟକ୍ଷଙ୍କ ଦୀର୍ଘ ବର୍ଷ ର ଅଭିଜ୍ଞତା, ସଫଳତା ଓ ସହରର ବିକାଶକୁ ଆଧାର କରି ଅଧିକରୁ ଅଧିକ ବ୍ୟବଧାନରେ ମୋତେ ଜିତାଇବା ପାଈଁ ସହରବାସୀଙ୍କ ଜନ ସମର୍ଥନ ମିଳିବ ବୋଲି ଲୋକଙ୍କ ଉପରେ ଭରସା ଥିବା ବିଷୟ ମତ ଦେଇଛନ୍ତି l ଏଥର କିନ୍ତୁ ଘୋଡା ବେପାର ରାଜନୀତି ବନ୍ଦ ହେବାରୁ କାଉନସିଲର ମାନଙ୍କ ବେଶୀ ଉତ୍ସାହ ଦେଖିବାକୁ ମିଳୁନି l