-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2022
ସିନ୍ଧେକେଲା / କରୋନା ସଂକ୍ରମଣ କୁ ନେଇ କେତେବେଳେ ପୁଜାପାଠ ବନ୍ଦ ହେଉଛି , ତ କେତେବେଳେ କମ୍ ସଂଖ୍ୟକ ଭକ୍ତଙ୍କୁ ନେଇ ପୁଜାପାଠ ଚାଲୁଅଛି । ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ପଡା ସ୍ଥିତ ନିତାଇ ଗୈାର ପ୍ରହରୀ ମଣ୍ଡପରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । କମିଟୀର ସଦସ୍ଯ ମାନେ ଗତ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ବାଣୀଭଗାର ପୋଖରୀରୁ ପୂଜାର୍ଚ୍ଚନା ସାରି କଳସ ସ୍ଥାପନା କରିବା ସହିତ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସକାଳୁ ନାମାରାମ୍ଭ ହୋଇଥିଲା । ଅଷ୍ଟପ୍ରହରୀ ନାମଯଜ୍ଞରେ ସପତ୍ନିକ ଆନନ୍ଦ ସାହୁ କର୍ତ୍ତା ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ପୂଜକ ଭାବରେ ଭବାନୀ ଶଙ୍କର ତ୍ରିପାଠୀ , ଜପକ ଭାବରେ ରଞ୍ଜନ ଷଡ଼ଙ୍ଗୀ , ପାଚକ ଭାବରେ ରାଜେଶ ତ୍ରିପାଠୀ ପ୍ରମୂଖ ଯୋଗଦେଇ ପୂଜା କାର୍ଯ୍ୟ ସମ୍ପାଦିତ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଲକ୍ଷ୍ମୀନାରାୟଣ ପଡାବାସୀଙ୍କ ବିଶେଷ ଯୋଗଦାନ ରହିଥିଲା। କମ୍ ଲୋକଙ୍କୁ ନେଇ ସମ୍ପୁର୍ଣ୍ଣ କୋଭିଡ ଆଇନ ଅନୁଯାଇ ଅଷ୍ଟପ୍ରହରୀ ନାମଯଜ୍ଞ କାର୍ଯ୍ୟ ହୋଇଥିଲେ ହେଁ ଲୋକେ ଭଗବାନ କୃଷ୍ଣ ଓ ରାମଙ୍କ ନାମ ଜପ କରି ପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ମଜ୍ଜି ଯାଇ ଆତ୍ମ ବିଭୋର ହେବାସହ ବେଶ ଖୁସି ଅନୁଭବ କରିବାସହ ନିଜକୁ ପ୍ରଭୁଙ୍କ ଜପରେ ହଜାଇ ଦେଉଥିବା ଦେଖିବାକୁ ମିଳିଥିଲା । ବରଗଡ଼ ଜିଲ୍ଲାର ବିଜେପୁର , ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି , କଳାହାଣ୍ଡି ଜିଲ୍ଲାର ଅଧମୁଣ୍ଡା , ବଲାଙ୍ଗୀର ଜିଲ୍ଲାର ଵାଙ୍କେଲ ଓ କଳାହାଣ୍ଡି ଜିଲ୍ଲାର ମେଦିନୀପୁର ଅଞ୍ଚଳରୁ ନାମ ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ବିଶେଷ କରି କଳାହାଣ୍ଡି ଜିଲ୍ଲାର ଅଧମୁଣ୍ଡା ସଂକୀର୍ତ୍ତନ ଦଳ ପକ୍ଷରୁ ନାମ ସଂକୀର୍ତ୍ତନ ପରିବେଶ ଆକର୍ଷଣୀୟ ହୋଇଥିଲା ।
ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମର ହଜାର ହଜାର ଲୋକ ବିଭୁକୃପା ଲାଭ କରିଥିଲେ । ଶୁକ୍ରବାର ଦିନ ସକାଳେ ନାମଯଜ୍ଞ ପୂର୍ଣ୍ଣାହୁତି ଏବଂ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିତାଇ ଗୈାର ପୂଜା କମିଟୀର ସଦସ୍ଯ ମାନଙ୍କ ମଧ୍ୟରେ ଗୋପିନାଥ ସାହୁ , ମନୋରଞ୍ଜନ ସାହୁ , ବଳରାମ ସାହୁ , ଆର୍ତ୍ତତ୍ରାଣ ସାହୁ, ଅମିତ ସାହୁ , ମୁନା ସାହୁ , ସମ୍ବିତ଼୍ ସାହୁ , ପ୍ରକାଶ ସାହୁ , ସଞ୍ଜୟ ସାହୁ , ସାଇପ୍ରସାଦ ସାହୁ , ସୁମିତ ସାହୁ , ମୁକେଶ ସାହୁ , ଅଶୋକ ସାହୁ , ବୁଲୁ ସାହୁ ଓ ପପୁନ ସାହୁ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।