-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2022
ସମ୍ବଲପୁର (ପ୍ରେରଣା ଖବର ବ୍ୟୁରୋ) : ରାଉରକେଲା ଠାରେ ଅନୁଷ୍ଠିତ ଆୱାର୍ଡ ସେରିମୋନିରେ ଲାୟନ୍ସ କ୍ଳବ ଗୋଡଭଗା ରୟାଲସ ର ପୂର୍ବତନ ବେଷ୍ଟ ପ୍ରେସିଡେଣ୍ଟ ଭାବରେ ଗୋଶାଲାର ଜଣାଶୁଣା ସମାଜସେବୀ ବାଲକୃଷ୍ଣ ସାହୁଙ୍କୁ ସମ୍ମାନିତ କରାଯାଇଛି। ପ୍ରକାଶ ଥାଉକି ଶ୍ରୀ ସାହୁ ଗୋଡଭଗା ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟକ୍ରମ କରିଛନ୍ତି l ଲାୟନ୍ସ କ୍ଲବ ରୋୟାଲ ତରଫରୁ ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟକ୍ରମ କରିବା ସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ରକ୍ତଦାନ ଅଭିଯାନ, ଅସହାୟ ଲୋକଙ୍କୁ ସାହାଯ୍ୟ, ମାକ୍ସ, ସାନିଟାଇଜର ବଣ୍ଟନ, ଜଳଛତ୍ର ଇତ୍ୟାଦି ସାମାଜିକ କାମ ହାତକୁ ନେଇଛନ୍ତି । ସମାଜସେବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି ବୋଲି ସୂଚନା ପ୍ରଦାନ କରିଛନ୍ତି ଶ୍ରୀ ସାହୁ।