-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀ): ୫୩ ନମ୍ବର ଜାତୀୟ ରାଜପଥ ନିଲଡୁଙ୍ଗରୀ ଠାରେ ହେବାକୁ ଥିବା ଟୋଲଗେଟକୁ ନେଇ ଆଜି ପଡିଆବାହାଲ ଦୂର୍ଗା ମଣ୍ଡପ ଠାରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇ ଟୋଲଫି ମୁକ୍ତ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ହୋଇଛି I ଏହି ସଭାରେ ଗେଟ ଠାରୁ ୨୦ କି.ମି ବ୍ୟାସାର୍ଦ୍ଧ ଭିତରେ ଆସୁଥିବା ବାହାମ, କୁକୁଡାପାଲି, କବରାପାଲି, ଜୟନ୍ତପୁର, ଘେନୁପାଲି, ନୂଆଁବରଙ୍ଗାମାଲ, ମେଘପାଳ, କୁଲୁଣ୍ଡି, ମୁଣ୍ଢେନପାଲି,ଖରସନମାଲ ପ୍ରଭୃତି ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କସହ ଗାଡି ମାଲିକ ମାନେ ଉପସ୍ଥିତ ରହି ରାସ୍ତା ନିର୍ମାଣ ପରେ ଟୋଲଗେଟ କାର୍ଯ୍ୟକାରୀ କରିବା ଓ ୨୦ କି.ମି. ଭିତରେ ଆସୁଥିବା ଅଞ୍ଚଲରେ ଥିବା ୪ ଚକିଆ ଗାଡି ସହିତ ଭାରିଯାନକୁ କରମୁକ୍ତ କରିବା ନେଇ ସଭାରେ ଗୁରୁତ୍ୱ ସହିତ ଆଲୋଚନା କରାଯାଇଥିଲା I ସଭାରେ ଅଞ୍ଚଳର ବରିଷ୍ଟ ନାଗରୀକ ସୁବୋଧ କୁମାର ବେହେରା ପ୍ରାରମ୍ଭିକ ସୂଚନା ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନେଇ କହିଥିବା ବେଳେ ଅଞ୍ଚଳର ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡଙ୍ଗୀ ଟୋଲଫି ମୁକ୍ତ ପାଇଁ ସରକାରଙ୍କ ନିତି ନିୟମ ବିଷୟରେ ଆଲୋଚନା କରି ଆଗକୁ ପୁର୍ବ ପ୍ରସ୍ତୁତ ରହିବାକୁ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବୁଝାଇ ଶେଷରେ ଧନ୍ୟବାଦ ଦେଇଥିଲେ । ଏ ସଂପର୍କରେ ଚଳିତ ମାସ ଶେଷ ସୁଦ୍ଧା ଏ ସଂପର୍କରେ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ ଆଲୋଚନା କରିବାକୁ ଓ ୨୫ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରୁ ସଂପୃକ୍ତ ପଞ୍ଚାୟତର ଜନ ପ୍ରତିନିଧି ମାନେ ତାଲିକା ପ୍ରସ୍ତୁତ କରି ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।