-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
18-Mar-2022
ପଦ୍ମପୁର/ଗାଇସିଲେଟ:- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ ର ଗନିଆପାଲି ଗ୍ରାମ ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ଗାଇସିଲେଟ ବ୍ଲକ ଉପ ସଭାପତି ସରୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ପଂଚାୟତ ସ୍ତରୀୟ କମିଟି ଗଠନ କରିବା ସହିତ ଆମ ଏହି ଅଂଚଳ ମରୁଡି ତଥା ଅବହେଳିତ ହୋଇ ଥିବାରୁ ସବୁବେଳେ ଚାଷୀ ମାନଙ୍କ ଅନେକ ସମସ୍ୟା ଲାଗି ରହିଛି l ଚାଷୀ ମାନଙ୍କର ପ୍ରତ୍ୟେକ ଅସୁବିଧା ସୁବିଧା କୁ ନେଇ ଏହି ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ସଙ୍ଘର୍ଷ ଜାରି ରଖିବ ଏବଂ ସବୁ
ପରିସ୍ଥିତିରେ ଛିଡା ହୋଇ ଚାଷୀ ମାନଙ୍କ ହକ ର ଲଢେଇ ରେ ସମସ୍ତେ ମିଶି ଲଢ଼ିବା ପାଇଁ ନିଷ୍ପତି ନେଇଥିଲେ l ଏହି ବୈଠକ ରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରା ଯାଇଥିଲା l ଏହି କମିଟିରେ ସୁଜିତ ପଧାନ ସଭାପତି,ଶରତ ପଧାନ ଉପ ସଭାପତି,ନୀଳମାଧଵ ସାହୁ ସମ୍ପାଦକ,ଶରତ ପଧାନ ସହ ସମ୍ପାଦକ, ଧାର୍ମିକ ସାହୁ କୋଷାଧ୍ୟକ୍ଷ,ଛବିଲ ବେହେରା ଉପଦେଷ୍ଟା ଙ୍କୁ ଚୟନ କରି ୨୧ ଜଣିଆ କମିଟି ଗଠନ କରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନ ର ଦାୟିତ୍ୱ ପ୍ରଦାନ କରl ଯାଇଥିଲା l ଉକ୍ତ ସଭା ରେ ଗନିଆପାଲି ଗ୍ରାମ ପଂଚାୟତ ର ସମସ୍ତ ଗ୍ରାମର ଚାଷୀମାନେ ଯୋଗଦାନ କରିଥିଲେ l ଆଗାମୀ ଦିନରେ ଚାଷୀ ମାନଙ୍କ ପାଇଁ ରାଜବୋଡାସମ୍ବରକୃଷକସଙ୍ଗଠନ,ଗାଇସିଲେଟ ବ୍ଲକରେ ସମସ୍ତେ ମିଶି ଏକଜୁଟ ହେଇ କାମ କରିବା ପାଇଁ ଆଲୋଚନା କରାଗଲା l ସବୁ କ୍ଷେତ୍ର ରେ କାମ କରି ଚାଷୀ ମାନଙ୍କ ସମସ୍ତ ଅସୁବିଧା ରେ ସଙ୍ଗବଦ୍ଧ ହୋଇ ଲଢେଇ କରିବା ବୋଲି ନିଷ୍ପତି ଗ୍ରହଣ କରାଗଲା l ଏହି ବୈଠକ ରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଉପ ସଭାପତି ସରୋଜ ସାହୁ ,ଉପଦେଷ୍ଟା କମିଟି ର ସଦସ୍ୟ ଛବିଲ ବେହେରା ପ୍ରମୁଖ ଉପସ୍ଥିତ ରହି ସଂଗଠନ ର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଆବାହକ ବିରେନ୍ଦ୍ର କୁମାର ପଧାନ,ଉପ ସଭାପତି ସରୋଜ କୁମାର ସାହୁ ଉପସ୍ଥିତ ରହି ଚାଷୀ ମାନଙ୍କ ସମସ୍ୟା ଆଲୋଚନା କରି ସଂଗଠନ କୁ ମଜଭୁତ କରିବାକୁ ଆହ୍ୱାନ କରିଥିଲେ l