-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଅନୀତା ଭୋଇ ଆଜି ତାଙ୍କ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସାନୀ,ମହୁଲପାଲି,ବୁକୁରାମୁଣ୍ଡା, ଲହଙ୍ଗୀର,କୁର୍ରିଚୁଆ ଗ୍ରାମ ମାନଙ୍କୁ ଯାଇ ପ୍ରଚଳିତ ବାର୍ଦ୍ଧକ୍ୟ ଭତ୍ତା ନିଜେ ବଣ୍ଟନ କରିଥିଲେ ।ଏପରିପ୍ରେକ୍ଷୀରେ ତାଙ୍କୁ ପଚାରିବାରୁ ସେ କହିଲେ ଯେ, ସରକାର ଲୋକଙ୍କ ସୁବିଧା ସକାଶେ ଅନେକ ଯୋଜନା ପ୍ରଣୟନ କରିଛନ୍ତି ହେଲେ ଲୋକଙ୍କ ପାଖରେ ଠିକଭାବେ ଠିକ ସମୟରେ ପହଞ୍ଚି ପାରୁନାହିଁ । ଦ୍ୱିତୀୟତଃ ବାର୍ଦ୍ଧକ୍ୟ ଭତ୍ତା ସକାଶେ ପ୍ରତିମାସରେ ଲୋକେ ଗ୍ରାମପଞ୍ଚାୟତ କୁ ଆସି ଭତ୍ତା ସକାଶେ ଲାଇନ ଲାଗୁଥିଲେ,ଏବେ ଶ୍ରୀଷ୍ମପ୍ରବାହ ରେ ପ୍ରଚଣ୍ଡ ଖରା ହେବାକୁ ଲାଗିଲାଣି । ବୃଦ୍ଧାବସ୍ଥା ରେ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସିବା କଷ୍ଟକର ।ଏହାକୁ ହୃଦବୋଧ କରି ମୁଁ ପ୍ରତି ଗ୍ରାମରେ ପ୍ରତିମାସରେ ନିଜେ ଆସି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବି ବୋଲି ନିଷ୍ପତ୍ତି ନେଇଛି । ତାଙ୍କର ଏହି ମହତ ପ୍ରୟାସ ପାଇଁ ଜନସାଧାରଣ ପ୍ରଶଂସା କରିବାରେ ଲାଗିଛନ୍ତି ।