-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବୌଦ୍ଧ (ପ୍ରେରଣା ଖବର) ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଜିଲ୍ଲା ତମାଖୁ ନିୟନ୍ତ୍ରଣ ସେଲ ତରଫରୁ ମଡେଲ ଡିଗ୍ରୀ କଲେଜ ଏବଂ ବୌଦ୍ଧ ପଞ୍ଚାୟତ କଲେଜରେ ସଚେତନତା କ୍ୟାମ୍ପ ଅନୁଷ୍ଟିତ ହୋଇଥିଲା। ଏଥିରେ ଅଡିଓ
ଭିଜୁଆଲ ପାଠ୍ୟକ୍ରମ ଏବଂ ପ୍ରତିଯୋଗୀତା ବ୍ୟବସ୍ଥା ଥିଲା। ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଗଲା ଏବଂ କଲେଜ ଷ୍ଟାଫ୍ ଏବଂ ଅଧ୍ୟକ୍ଷଙ୍କୁ ସମ୍ମାନିତ କରାଗଲା। ଶିକ୍ଷାନୁଷ୍ଠାନର ବିଭିନ୍ନ ସ୍ଥାନରେ କୋଟପା ନିୟମ ତମାଖୁ ର କ୍ଷତିକାରକ ସୂଚନାକୁ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଡଃ ଅଭୟ ଦାଶ, ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଡଃ ପ୍ରଦୋଷ ମହାପାତ୍ର, ଜନସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀଯୁକ୍ତ ରୂପକ ମହାପାତ୍ର, ଡିପିଏମ୍, ଡିପିଏମ୍, ଶ୍ରୀଯୁକ୍ତ ଆଲୋକ କୁମାର ମିଶ୍ର, କନସଲଟାଣ୍ଟ ଉପସ୍ଥିତ ଥିଲେ।