-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ଖପ୍ରାଖୋଲ(ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ରେଙ୍ଗାଲି ଗ୍ରାମ ପଞ୍ଚାୟତ ଠାରେ ଆଜି ଦେଶୀ ବିହନ ର ବ୍ୟବହାର ଓ ପାରମ୍ପରିକ ଖାଦ୍ୟ ଉପରେ ଚାଷୀମାନଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ନବ ନିର୍ବାଚିତ ସରପଞ୍ଚ ଉମାକାନ୍ତ ମେହେରଙ୍କ ଆୟୋଜନ ରେ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମର
ସ୍ୱେଙ୍ଗ ସହାୟକ ଷ୍ଠୀ ଓ ଆର.ସି. ଡ଼ି. ସି ର ସ୍ୱେଚ୍ଛାସେବୀ ଙ୍କ ସହଯୋଗ ରେ ପ୍ରୋଗ୍ରାମ କରାଯାଇଥିଲା।ଏଥିରେ ପାଞ୍ଚୋଟି ଗ୍ରାମ ପଞ୍ଚାୟତର ୩୦ ଟି ଗ୍ରାମରୁ ଚାଷୀ,ବନବାସୀ,ସ୍ୱୟଂ ସହାୟକ ଦଳ, ଗ୍ରାମ ବିକାଶ କମିଟି,ଏବଂ ଗନ୍ଧମାର୍ଦ୍ଧନ ଖାଦ୍ୟ ସୁରକ୍ଷା ମହାସଂଘର ପଞ୍ଚାୟତ ପ୍ରତିନିଧି ଟିକେନ୍ଦ୍ର ଜାଲ,ଆର.ସି.ଡ଼ି. ସି କର୍ମୀ ଦେବରାଜ ଭୁଏ, ଶମ୍ଭୁ ପ୍ରସାଦ ସାହୁ ,ଲିଙ୍ଗରାଜ ନିଆଲ,ବୈକୁଣ୍ଠ ବାଗ ଓ ସଂଯୁକ୍ତା ତ୍ରିପାଠୀ ଅଂଶ ଗ୍ରହଣ କରିଥିଲେ।ତତ୍ସସମେତ ରେଙ୍ଗାଲି ଗ୍ରାମ ପଞ୍ଚାୟର ହମ ଏସ୍ ଏଚ୍ ଜି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଜୈବକ ଖତ ପ୍ରସ୍ତୁତି କରିବା ପାଇଁ ଆଲୋଚନା କରାଗଲା ଏବଂ ବିଶେଷ ଆକର୍ଷଣ ଥିଲା କଂସ ମହାରାଜ ଦରବାର ଯାହା ଲୋକଙ୍କୁ ଆକର୍ଷିତ କରିଥିଲା।ଏହି ମାଧ୍ୟମରେ ଚାଷୀ,ଏବଂ ମହିଳା ମାନଙ୍କୁ ସମ୍ମାନିତ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।ଶେଷରେ ସମସ୍ତ ଚାଷୀ ଏବଂ ମହିଳା ମାନଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପନ ସହ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରଯାଇଥିଲା।