-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବେଳପଡା- ଆଜି ବଲାଙ୍ଗିର ବନଖଣ୍ଡ ଲାଠୋର ବନାଞ୍ଚଳ ବାଗଦୋର ଗ୍ରାମ ଠାରେ ଜଙ୍ଗଲ ବିଭାଗ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଜନ ସଚେତନ କାର୍ଯ୍ୟକ୍ରମ ରେ ଉକ୍ତ ଗ୍ରାମର ସହ ସହ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ।ବର୍ତ୍ତମାନ ମହୁଳ ଫୁଲ ଗୋଟାଇବା ସମୟ ଚାଲିଥିବା ବେଳେ ଅନେକ ଲୋକ ନିଆଁ ଲଗାଇ ଜଙ୍ଗଲ ଗୁଡିକ ନଷ୍ଟ କରିଦେଉଛନ୍ତି। ସେଥିପାଇଁ ଆଜି ଲୋକେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଫରେଷ୍ଟର ତାଙ୍କ ଅଭିଭାଷଣ ପ୍ରଦାନ କରି କହିଛନ୍ତି ଯେ ଆମେ କେମିତି ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ସେଥି ପ୍ରତି ଦୃଷ୍ଟି ଦେବସହ ନିଆଁ ଲାଗିବାରୁ ଆମ ଜଙ୍ଗଲ ର ବହୁ ମୂଲ୍ୟବାନ ଓଷଧିୟ ବୃକ୍ଷ ନଷ୍ଟ
ହେବାସହ ଆମର ବହୁ କ୍ଷତି ହେଉଛି ବୋଲି ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଗଦୋର ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିଲେ।ଓ କାର୍ଯ୍ୟକ୍ରମ ରେ ଦର୍ଶନ ଖବର ର ଉପଖଣ୍ଡ ପ୍ରତିନିଧି ପୁର୍ଣ୍ଣ ଶଶୀ ଶେଖର ରାଓ ଯୋଗଦେଇ କାର୍ଯ୍ୟ କୁ ଆଗେଇ ନେଇଥିଲେ।ସମ୍ମାନୀୟ ଅତିଥି ଭାବେ ପ୍ରତିକାର ଖବରକାଗଜ ର ବ୍ଳକ ପ୍ରତିନିଧି ଭୋଜରାଜ ଦଣ୍ଡସେନା, ଫରେଷ୍ଟର ସମୀର ମହାପାତ୍ର,ବାଗଦୋର ପିଇଓ କରମବୀର ତାଣ୍ଡି,ଫରେଷ୍ଟ ଗାର୍ଡ ଅସିତ ବାଗ,ଅଭିମନ୍ୟୁ ଭୋଇ,ସଂଜୀବ କୁମାର ପଣ୍ଡା(AJYTL)ସୌମ୍ୟ ରଂଜନ ମେହେର(DO) ପ୍ରମୁଖ ଉପସ୍ଥିତ ଥିଲେ।