-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
କୋଦଳା(ଉମା ମହାରଣା) : ପୌର ନିର୍ବାଚନକୁ ନେଇ ସମସ୍ତ ଏନଏସି ଓ ମହାନଗର ନିଗମ ବେଶ ଚଳଚଞ୍ଚଳ ରହିଥିବା ବେଳେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ଜୋର ଧରିଛି।ସେହିଭଳି ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ମଧ୍ୟ ସାମ୍ବାଦିକ ତଥା ଯୁବ ନେତା ଭଗବାନ ପାଢ଼ୀ ତାଙ୍କର ପ୍ରଚାର ପ୍ରସାର କରିଥିବା ବେଳେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ସେ କୋଦଳା ଏନଏସିର ୧୧ ନଂ ୱାର୍ଡରୁ ସ୍ୱାଧୀନ କାଉନସିଲର ପାର୍ଥି ଭାବେ ନାମାଙ୍କନ କରିଥିବା ବେଳେ ତାଙ୍କ ପାର୍ଥିପତ୍ର କାଏମ ରହିଛି। ଉକ୍ତ ଏନଏସିରେ ଘଟିଥିବା ବିଭିନ୍ନ ପ୍ରକାରର ଦୁର୍ନୀତି,ଟେଣ୍ଡର ଫିକ୍ସିଂ ମାନ ସେ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆଣିଛନ୍ତି। ଏବଂ ଗରିବ ଖଟିଖିଆଙ୍କୁ ଆବାସ ଯୋଜନା ଓ ଭତ୍ତା ମିଳୁନଥିବା ଉପରେ ସ୍ୱର ମଧ୍ୟ ଉଠାଇଛନ୍ତି।
ତାଙ୍କର ମୁଖ୍ୟ ମୁଦ୍ଦା ହେଉଛି ପରିବର୍ତ୍ତନ ଆଣିବା ସହ ତାଙ୍କ ୱାର୍ଡକୁ ଦୁର୍ନୀତିମୁକ୍ତ ଓ ସ୍ଵଛ ଶାସନ କରିବା। କୌଣସି ବି ସରକାରୀ ଯୋଜନା ମାନ ଆସିଲେ କିଭଳି ଲୋକଙ୍କ ପାଖରେ ସୁରୁଖୁରୁରେ ପହଁଚିପାରିବା ସହ ବିନା ହାତଗୁଞ୍ଜା ରେ ଲୋକ ସୁଵିଧା ପାଇପାରିବେ ସେ ମୂଳ ଲକ୍ଷ ରଖିଛନ୍ତି। ଏଥିସହ ସେ ଯଦି ନିର୍ବାଚିତ ହୋଇ ଆସନ୍ତି ତାହେଲେ ତାଙ୍କ ୱାର୍ଡରେ ପଡିରହିଥିବା ଅଧୁରା କାମକୁ ପୁରଣ କରିବେ ବୋଲି କହିଛନ୍ତି। ଭୋଟ ପାଇଁ ସେ ସମସ୍ତଙ୍କ ଆଶୀର୍ବାଦ କାମନା ମଧ୍ୟ କରିଛନ୍ତି।