-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ପୌର ନିର୍ବାଚନ: ପ୍ରାର୍ଥୀଙ୍କ ଏଜେଣ୍ଡା କଣ ? ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ନା ସହରବାସୀଙ୍କ ମୌଳିକ ସମସ୍ୟା ?

09-Mar-2022



ବଲାଙ୍ଗୀର: (ମଳୟ ମିଶ୍ରଙ୍କ ରିପୋର୍ଟ ): ଏବେ ଚାଲିଛି ନିର୍ବାଚନଋତୁ । ଗ୍ରାମାଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ନ ହେଉଣୁ ଆରମ୍ଭ ହୋଇଯାଇଛି ସହରାଞ୍ଚଳରେ ପୌରନିର୍ବାଚନର ପ୍ରକ୍ରିୟା । ଉଭୟ ନିର୍ବାଚନକୁ ବେଶ୍ କିଛିକାଳ ଅହେତୁକ ଭାବେ ବିଳମ୍ବିତ କରି ହଠାତ୍ ଏପରି ଘନଘନ ମତଦାତାଙ୍କୁ ହରବର କରିବା ପଛରେ ଶାସକଦଳ ବା ସରକାରଙ୍କର କୌଣସି ଅଭିସନ୍ଧି ଅଛି କି ନା , ପରବର୍ତ୍ତୀ ସମୟରେ ସମୀକ୍ଷାସାପେକ୍ଷ । ତେବେ କୋଭିଡ୍ କଟକଣା ପରେ ପରେ ଏଭଳି ନିର୍ବାଚନୀପ୍ରକ୍ରିୟାରେ ଯେ ପ୍ରକୃତ ଗାଣତାନ୍ତ୍ରିକ ବ୍ୟବସ୍ଥାର ପୁନର୍ଗଠନ ହୋଇପାରିବ , ଏ ନେଇ ଲୋକଙ୍କ ମଧ୍ୟରେ ଏକ କୂଟନୈତିକ ଶଙ୍କା ଉପୁଜିବା ସ୍ବାଭାବିକ ।  ନିର୍ବାଚନବିଧିର ଉଲଙ୍ଘନ ଓ ଶାସନକଳର ପ୍ରତ୍ୟେକ୍ଷ ଅବୈଧ ହସ୍ତକ୍ଷେପର ଗୁରୁତର ଅଭିଯୋଗକୁ ଅଣଦେଖା କରି ଏ ପଞ୍ଚାୟତ ଓ ପୌର ନିର୍ବାଚନରେ ଯେ  ଉପଯୁକ୍ତ ଲୋକପ୍ରତିନିଧିମାନେ ନିର୍ବାଚିତ ହେବେ , ଏହା ନିଶ୍ଚିତ ଭାବେ କୁହାଯାଇପାରୁନାହିଁ । ଯାହା ଦେଖାଯାଇଛି , ଅର୍ଥବଳ ଓ ବାହୁବଳର ପ୍ରୟୋଗରେ କ୍ଷମତାଲାଳସୀଙ୍କର ଏ ଆସୁରିକ ପ୍ରତିଯୋଗିତା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।  ଏଭଳି ବିଶ୍ଳେଷଣ କରନ୍ତି ସମାଜବିତ୍ ଓ ବୁଦ୍ଧିଜୀବୀମାନେ ।

ଗତକାଲି ରାଜ୍ୟ ବନାମ ଜିଲ୍ଲାର ପୌର ନିର୍ବାଚନର ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଦାଖଲ ସରିଯାଇଛି । କେତେକ ପ୍ରମୁଖ ପୌରସଂସ୍ଥାରେ ହୋଇଥିବା ମହିଳା ସଂରକ୍ଷଣ ଓ ଚଳିତଥର ପ୍ରତ୍ୟେକ୍ଷ ଭୋଟ୍ ଦାନ ବ୍ୟବସ୍ଥାରେ ଏଥର ବହୁ ସ୍ବଚ୍ଛଳ ସମ୍ପନ୍ନଘରର ମହିଳାମାନଙ୍କୁ ମୁଖ୍ୟତଃ ତିନୋଟି ପ୍ରମୁଖ ରାଜନୈତିକଦଳର ମୁନିଆମାନେ ଟିକେଟ୍ ଦେଇଛନ୍ତି । ଉକ୍ତ ଦଳମାନଙ୍କରେ ଅସନ୍ତୋଷ ବି ସୃଷ୍ଟି ହୋଇଛି । ତେବେ ତର୍ଜମା ପରେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଦଳୀୟ ଚୟନ କରାଯାଇଥିବା ସଫେଇ ଦିଆଯାଇଥିଲେ ହେଁ ,  ଟିକେଟ୍ ଦିଆଯିବାରେ ଅର୍ଥ ହିଁ ମାପକାଠି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ପ୍ରାର୍ଥୀଙ୍କ ଏଜେଣ୍ଡାରେ ପ୍ରଚୁର ଟଙ୍କା ଖଟାଇ ଜନହିତକର ଯୋଜନାରୁ ବିପୁଳ ବାଟମାରଣା ହିଁ ଅସଲ ଲକ୍ଷ୍ୟ ରହିଥିବା ସ୍ପଷ୍ଟ ଜଣାପଡୁଥିଲାବେଳେ , ସେମାନେ ଲୋକଙ୍କର ସେବାପାଇଁ ବାହାରିଥିବା ସଫେଦ୍ ଝୁଟ୍ କୁ ଲୋକେ ଯେ ବୁଝିପାରୁନାହାଁନ୍ତି , ଏହା ଭାବିବା ସେମାନଙ୍କର।ମସ୍ତବଡ ଭୁଲ୍ । 

ସେ ଯାହା ହେଉନା କାହିଁକି , ଏଥରର ପୌର ନିର୍ବାଚନରେ ସହରର  ନାଳନର୍ଦ୍ଦମାର ସଫେଇ , ରାସ୍ତାଘାଟର ଉନ୍ନତି , ସ୍ବଚ୍ଛତା , ପାନୀୟଜଳ , ଆଲୋକ , ସ୍ବାସ୍ଥ୍ୟ ଓ  ଲୋକଙ୍କର ମୌଳିକସମସ୍ୟାର ସମାଧାନ ନା ସୌନ୍ଦର୍ଯ୍ୟକରଣ ନାଁ'ରେ ଚାଲିଥିବା ନଗରଉନ୍ନୟନ ବିଭାଗର ଫମ୍ପା ସାଜସଜ୍ଜା ଓ  ଘରୋଇକରଣ ଆଳରେ ଲୋକଙ୍କଠାରୁ ଆହୁରି ଟ୍ୟାକ୍ସ ବା ଜିଜିୟାକର ଆଦାୟ ଏବେ ଥିବା ବର୍ଷାଧିକକାଳର ପ୍ରାଶାସନିକ କବ୍ଜା ପରି ଆଗାମୀ ନିର୍ବାଚିତ ପୌର ପ୍ରତିନିଧିମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବ , ଦେଖିବାକୁ ବାକି ରହିଲା ବୋଲି ଲୋକେ ଆଲୋଚନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026

You Might Also Like