-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-Mar-2022
କୋଦଳା(ଉମା ମହାରଣା) -କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। ଯୁବ ସଂସ୍କାର କାର୍ଯ୍ୟକ୍ରମ ପ୍ରୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ରଘୁନାଥ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମହିଳାଙ୍କୁ ସମ୍ମାନ ଦେବା ହେଉଛି ଆମର ଏକ ଦାୟିତ୍ୱ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। 'ମହିଳାଙ୍କୁ ସମ୍ମାନ' ସମ୍ପର୍କିତ ଏକ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ ଡଃ ବିଷ୍ଣୁ ନାରାୟଣ ସେଠୀ, ସାଗର ଚାନ୍ଦ ପାତ୍ର, ବିନୋଦ ମିଶ୍ର, ଅଧ୍ୟାପିକା ଶ୍ରୀମତୀ ରଞ୍ଜୁବାଳ। ନନ୍ଦ, ସାଗରିକା ଦାଶ, ତପସ୍ୱିନୀ କରଣ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହା ସହ କଲେଜ ର ସମସ୍ତ ଛାତ୍ରୀ ଓ ଛାତ୍ର ଉପସ୍ଥିତ ଥିଲେ।