-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-Mar-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା)/ ପୋୖରାଧ୍ୟକ୍ଷା ପ୍ରାର୍ଥୀ ପାଇଁ ନାମାଙ୍କନ ଫର୍ମ କିଣି ନୟାଗଡ଼ ବାସୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଜେପି ବିଧାୟିକା ପ୍ରାର୍ଥୀନୀ ଇରାନୀ ରାୟ ପୌର ନିର୍ବାଚନ ଦୌଡ ରୁ ଓହରି ଯାଇଥିବାରୁ ବିରୋଧୀ ଙ୍କ ସମାଲୋଚନା ର ଶିକାର ହୋଇଛନ୍ତି | ଚଳିତ ପଞ୍ଚାୟତ ନିର୍ବାଚନ ରେ ବିଜେଡି ବାଜିମାତ କରିଥିବା ହେତୁ ପୌରଧ୍ୟକ୍ଷା ଦୌଡ଼ ରେ ହାରିଗଲେ ଆଗାମୀ ନିର୍ବାଚନ ରେ ବିଧାୟିକା ଟିକେଟ ବିଜେପି ଦଳରୁ କାଳେ ମିଳିବନି ଡରିଗଲେ ଇରାନୀ ବୋଲି ରାଜନୀତିଜ୍ଞ ମହଲ ରେ ହେଉଛି ଚର୍ଚ୍ଚା | ଇରାନୀ ଙ୍କ ଭୟ ଆଗାମୀ ନିର୍ବାଚନ ରେ ବିଧାୟିକା ହେବାର ସ୍ବପ୍ନ ଖଣ୍ଡବିଖଣ୍ଡିତ ହୋଇ ଯିବ ବୋଲି ବିଜେପି ମହଲ ରେ ଚର୍ଚ୍ଚା ହେବା ସହିତ ଦଳ ଜୟଶ୍ରୀ ସାମଲ ଙ୍କୁ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ଭାବେ ନାମାଙ୍କନ କରାଇଥିବା ଦେଖାଯାଇଛି |