-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-Mar-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା)ଢ଼ଳେଇ ରାସ୍ତା ଖାଇଗଲାଣି ନାଳ ପାଣି | ସାଇଟ ୱାଲ ପାଇଁ ଗ୍ରାମବାସୀ ଙ୍କ ଗୁହାରି ।ଏମିତିକା ଘଟଣା ଦୃଷ୍ଟି ଗୋଚର ହୋଇଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଞ୍ଚାୟତ ର ବନମାଳୀପୁର ଗ୍ରାମରେ । ଉକ୍ତ ଗ୍ରାମରେ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ବାସ ବାସ କରୁଥିବା ବେଳେ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଉପରେ ନିର୍ଭର କରିଥାନ୍ତି | ସରକାର ଙ୍କ ଅନୁଦାନ ରାଶି ରେ
ରାସ୍ତା କାମ ହୋଇଥିଲେ ହେଁ ଏଯାବତ ସାଇଟ ୱାଲ ନଥୀବାରୁ ନାଳପାଣି ରାସ୍ତା ଖାଉଛି | ଉକ୍ତ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହବାର ସମ୍ବାବନା ଥୀବାରୁ ସ୍ଥାନୀୟ ବ୍ଳକ ତଥା ଜିଲା ପ୍ରଶାସନ ଦୁଷ୍ଟି ଦେବାପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି | ରାସ୍ତା ମରାମତି ଏବଂ ସାଇଟ ୱାଲ ଯୁଦ୍ଧ କାଳୀନ ଭିତ୍ତିରେ କରାନଗଲେ ଗ୍ରାମବାସୀ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି |