-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
06-Mar-2022
ବରଗଡ:-ବରଗଡ଼ ସହର ସ୍ଥିତ ବାନ୍ଦୁଟିକ୍ରା ରେ ସ୍ୱର୍ଗତ ଜଗଦାନନ୍ଦ ପଣ୍ଡା ଙ୍କ ଏକ ଖୋଲା ପଡିଆ ଠାରେ ଦିର୍ଘ ଦୁଇଦିନ ଧରି ବାନ୍ଦୁଟିକ୍ରା ରେ ବସବାସ କରୁଥିବା ବ୍ରାହ୍ମଣ ମାନଙ୍କ ଉଦ୍ୟମରେ ବିଶ୍ଵଶାନ୍ତି ମହାଯଜ୍ଞ ତଥା ଅଷ୍ଟାଦଶ ପୁରାଣ ପାଠ ଅନୁଷ୍ଠିତ ହୋଇଯାଇଛି ।ଏହି ମହାନ କାର୍ଯ୍ୟକ୍ରମ ର ଉଦ୍ୟକ୍ତା ଭାବେ ଭିଏସଏସ ନଗର ବ୍ରାହ୍ମଣ ସମାଜର ସର୍ବଶ୍ରୀ:-ଚଞ୍ଚଳ ମିଶ୍ର, କୃଷ୍ଣଚନ୍ଦ୍ର ଦାଶ,ଶାନ୍ତାନୁ ପଣ୍ଡା,କୁଞ୍ଜବନ ପଣ୍ଡା,
ନବକିଶୋର ମିଶ୍ର, ନାରାୟଣ ପାଣିଗ୍ରାହୀ ଯୋଗଦେଇ ଥିଲେ । କର୍ତ୍ତା ଭାବେ ଆନନ୍ଦ କର,ଉଷାବତୀ କର ଏବଂ ଜଗଦୀଶ ଷଡ଼ଙ୍ଗୀ, ପଦ୍ମାବତୀ ଦାଶ ତୁତାଇଥିବାବେଳେ, ପୁରୋହିତ ଭାବରେ କିଶୋର ଚନ୍ଦ୍ର ଦାଶ, ବିଭୁତି ଭୁଷଣ ଦାଶ, ପଞ୍ଚାନନ ମିଶ୍ର ରାଜେନ୍ଦ୍ର ତ୍ରିପାଠୀ, ପ୍ରଫୁଲ୍ଲ ଦାଶ, ଚିତ୍ତରଞ୍ଜନ ପଣ୍ଡା ସୂଚାରୁରୂପେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୧୦୮ ରୁ ଉର୍ଦ୍ଧ ବ୍ରାହ୍ମଣ ଙ୍କ ସମାବେଶ ପରିଲକ୍ଷିତ କରାଯାଇଥିଲା ।