-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
06-Mar-2022
ବଲାଙ୍ଗିର(ପ୍ରେରଣା ଖବର): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ଆଜି ଏକ ବଡ ଘୋଷଣା କରିଛି l ବଲାଙ୍ଗିର ମୁନିସିପାଲିଟି ର ଅଧ୍ୟକ୍ଷl ଆସନ ପାଇଁ ଭାରତୀୟ ଜନତା ପାର୍ଟି ରୁ ପ୍ରାର୍ଥୀ ଭlବରେ ଜିଲ୍ଲା ଓକିଲ ସଂଘ ର ସମ୍ପାଦକ ଅମନ ନାଗ ଙ୍କ ଧର୍ମପତ୍ନୀ ସବିତା ବାର୍ଲା ପ୍ରତିଦ୍ୱନ୍ଦିତା କରିବା ଏକରକମ ସ୍ଥିର ହୋଇଛି l ଗତକାଲି ଶ୍ରୀମତୀ ବାର୍ଲା ନିଜର ସମର୍ଥକ ମାନଙ୍କ ସହ ଆସି ବଲାଙ୍ଗିର ମୁନିସିପାଲିଟି କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି l
ସୂଚନାଯୋଗ୍ୟ ଯେ, ଶ୍ରୀମତୀ ସବିତା ବାର୍ଲା ଜଣେ ସମାଜସେବୀକା ଭାବରେ ଜଣାଶୁଣା ଅଟନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସ୍ଵଚ୍ଛ ଓ ସୁ ଶାସନ ତାଙ୍କୁ ପ୍ରଭାବିତ କରିଥିଲା ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପି ରେ ଯୋଗଦାନ କରିଛନ୍ତି ବୋଲି ଶ୍ରୀମତୀ ବାର୍ଲା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
ଆଜି ବଲାଙ୍ଗିର ମୁନିସିପାଲିଟି ର ବିଭିନ୍ନ ୱାର୍ଡ ରୁ ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରୁଥିବା ଯୋଗୁଁ ବଲାଙ୍ଗିର ମୁନିସିପାଲିଟି ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି l