-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
05-Mar-2022
ବଲାଙ୍ଗିର: ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ। ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚମାରପଡ଼ା ଗାଁରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ଯୋଶେଫ ରୋହିଦା। ପୋଲିସ ବଡ଼ ଭାଇ ରାଜୀବ ରୋହିଦାକୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଯୋଶେଫ ମଦ ପିଇ ଆସି ବଡ଼ ଭାଇ ରାଜୀନଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଦୁଇ ଭାଇ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା। ପରେ
ରାଜୀନ ରାଗିଯାଇ ସାନଭାଇ ଯୋଶେଫଙ୍କ ତଣ୍ଟିଚିପି ଦେଇଥିଲେ। ଏହାପରେ ଯୋଶେଫ ତଳେ ପଡ଼ି ଯାଇଥିଲେ।
: ପରିବାର ଲୋକେ ଯୋଶେଫରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ବଲାଙ୍ଗୀର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି l