-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
04-Mar-2022
ବରଗଡ:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଗର୍ବ ଓ ଗୌରବ ଲୁହାଖଣ୍ଡି ପଞ୍ଚାୟତ ଅଁଛାଣ୍ଡପାଲି ଗ୍ରାମ ର ଗୋପ ପ୍ରଧାନ, ଧର୍ମପତ୍ନୀ ତପସ୍ୱିନୀ ପ୍ରଧାନ କଂ ସୁପୁତ୍ର ପ୍ରଫୁଲ୍ଲ କୁମାର ପ୍ରଧାନ ଭାରତୀୟ ସେନା ବାହିନୀ ରେ ଦୀର୍ଘ ୧୮ ବର୍ଷ ଦେଶମାତୃକାର ସେବା କରି ଗତକାଲି ନିଜ ଜନ୍ମ ଭୂମି ଅଁଛାଣ୍ଡପାଲି ଗ୍ରାମ କୁ ଆସିଛନ୍ତି। ତାଂକୁ କୋଶଲ ସେନା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଲୁହା ଖଣ୍ଡି ପଞ୍ଚାୟତ ର ବରପଦର ଓ ଅଁଛାଣ୍ଡପାଲି ଗ୍ରାମବାସୀ ବହୁ ଆନନ୍ଦ ଉଲ୍ଲାସ ସହିତ ସ୍ଵାଗତ କରିଥିଲେ।