-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ନୀଳଗିରିରେ ହାତୀ ଆତଙ୍କ । ନୀଳଗିରି ଅଂଚଳକୁ ଏକ ହାତୀପଲ ଚାଲି ଆସିବା ଯୋଗୁଁ ଚାଷୀକୂଳ ଆତଙ୍କିତ ହୋଇପଡିଛନ୍ତି । ଏହି ହାତୀପଲରେ ୫ଟି ଦନ୍ତା ଓ ୭ଟି ଛୁଆ ହାତୀ ସମେତ ୪୨ଟି ହାତୀ ରହିଛନ୍ତି । ଝାଡଖଣ୍ଡ ଦଲମା ଜଙ୍ଗଲରୁ ମୟୂରଭଞ୍ଜ ଦେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ , ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ଜଙ୍ଗଲକୁ ହାତୀପଲ ପ୍ରବେଶ କରିଛନ୍ତି । ଆସିବା ବାଟରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜରଙ୍କ ସମେତ ବହୁ ବନକର୍ମଚାରୀ ଓ ସବୁଜ ବାହିନୀ ହାତୀପଲକୁ ନିୟନ୍ତ୍ରଣ କରୁଛନ୍ତି!!