-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Feb-2022
ପଦ୍ମପୁର:- ନାଁ ଟି ତାର ଗିରିଶ ଭୁଏ । କିଛି ମାସ ପୂର୍ବରୁ ଶନିମାଲ ଗ୍ରାମରୁ ଧାନ ଚୋରି କରୁଥିବା ସମୟରେ ଧରାପଡ଼ିଥିଲେ।ତେଣୁ ତାକୁ ଗାଁ ମଝିରେ ଥିବା ଏକ ଖୁଣ୍ଟରେ ବାନ୍ଧି ଦେଇ ଲୋକ ମାନେ ଗିରିଶ କୁ ଉତ୍ତମମଧ୍ୟମ ଦେଇଥିଲେ। ପରେ ଏହି ଘଟଣାକୁ ନେଇ ଗିରିଶ ନାମରେ ମାମଲା ହୋଇ ସେ କୋଟ ରୁ ବେଲ୍ ନେଇ ବାହାରିଛନ୍ତି।ହେଲେ ଚୋର କଣ ନିରବ ରେ ରହିବ, ପୁଣି ସେ ଗୋଟିଏ ମଟର ସାଇକେଲ ଚୋରି କରୁଥିବା ସମୟରେ ଗ୍ରାମବାସୀ ମାନଙ୍କ ହାତରେ ଧରାପଡ଼ିଯାଇଛି।ତେବେ ଏହି ଯୁବକ ଗିରିଶ ଭୁଏ ବରଗଡ଼ ଜିଲ୍ଲା କୁଚିପାଲି ଗ୍ରାମର ଜଣେ ଜଣାଶୁଣା
ଚୋର। ଯିଏକି ପୁର୍ବରୁ ଧାନ ଚୋରି ଅଭିଯୋଗରେ ବେଲ୍ ରେ ଆସିଛନ୍ତି।ସେ ପୁଣି ବନ୍ଧପାଲି ଗ୍ରାମରୁ ଏକ ମଟରସାଇକେଲ ଚୋରି କରିଥିବା ପାଇଁ ଗ୍ରାମବାସୀ ମାନେ ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ।ଆଉ ପଚରା ଉଚୁରା କରା ଯିବା ପରେ ଗିରିଶ ଚୋରି କରିଥିବାର କଥା ସ୍ଵୀକାର କରିଥିଲା।ପରେ ଏ ନେଇ ଏନେଇ ବନ୍ଧପାଲି ଗ୍ରାମବାସୀ ମାନେ ମେଳଛାମୁଣ୍ଡା ପୋଲିସ କୁ ଖବର ଦେବାରୁ ମେଲଛାମୁଣ୍ଡା ପୋଲିସ ତାକୁ ଗିରଫ କରି ଥାନାକୁ ନେଇ ଯାଇଥିବା ସୂଚନା ମିଳିଛି।