-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ଜିଲ୍ଲା

ପ୍ରେମରେ ଧୋକା ଦେଇ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ପ୍ରେମିକ ଶିକ୍ଷକଙ୍କୁ ପ୍ରେମିକା ର ଡକେଇ ଆଣି ହତ୍ୟା : ହଁ ମୁଁ ମାରିଛି ବୋଲି ଥାନାରେ ସ୍ଵୀକାର କଲା ଯୁବତୀ

25-Feb-2022



ବଲାଙ୍ଗୀର( ମଳୟ ମିଶ୍ରଙ୍କ ରିପୋର୍ଟ ) :ଗତ ୧୨ ତାରିଖରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉଡେର ଗ୍ରାମର ପ୍ରାଥମିକ ସ୍କୁଲ୍ ଶିକ୍ଷକ ବାସୁଦେବ ଭୋଇ ତୁଷୁରା ଥାନା ଅଞ୍ଚଳର ସନ୍ଧିସରା ଗ୍ରାମର ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ଘରକୁ ଆସି ପରଦିନ ୧୩ ତାରିଖରେ ନିକଟସ୍ଥ କର୍ଲାଖମନ ଗ୍ରାମକୁ ଜରୁରୀ କାମ ଥିବା କହି ଯିବାପରେ ନିଖୋଜ୍ ହୋଇଯାଇଥିଲେ । କର୍ଲାଖମନ ଗ୍ରାମରେ ତାଙ୍କ ପ୍ରେମିକାର ଘର । 

ତେବେ ସେ ଘରକୁ ନ ଫେରିବାରୁ ଓ ତାଙ୍କର କୌଣସି ଖୋଜ୍ ଖବର ନ ମିଳିବାରୁ ତାଙ୍କର ବିଧବାମାଆଙ୍କ ପକ୍ଷରୁ କଣ୍ଟାମାଳଥାନାରେ ଏକ ନିଖୋଜ୍ ଏତଲା ଦିଆଯାଇଥିଲା । ତେବେ ତାଙ୍କର ଅନ୍ୟତ୍ର ନିର୍ବନ୍ଧ ସରି ଆଗାମୀ ମାର୍ଚ୍ଚ ୯ ତାରିଖରେ ବିବାହ ହେବାର ଥିଲା ।  ତାଙ୍କର ପତ୍ତା ନ ମିଳିବାରୁ ସେ ପ୍ରେମିକାକୁ ଭେଟିବାକୁ ଯାଇ ତାଙ୍କ ଘରଲୋକଙ୍କ ଦ୍ବାରା ଯୋଜନାବଦ୍ଧ ହତ୍ୟାର ଶିକାର ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହୋଇଆସୁଥିଲା ।

ଗତ ୨୪ ତାରିଖରେ ତୁଷୁରା ଥାନା ଅନ୍ତର୍ଗତ ବୀରାମୁଣ୍ଡା ପଞ୍ଚାୟତ କର୍ଲାଖମନ ଗାଁ ପାଖ ରାହୁଲନଦୀ କୂଳ ବିରିଘାଟ ଜଙ୍ଗଲରେ ଏକ ଦରପୋଡା ଶବ ପଡିଥିବା ଖବରପାଇ ପୁଲିସ୍ ତଦନ୍ତ କରିବାରୁ ତାହା ଉକ୍ତ ଶିକ୍ଷକଙ୍କର ମୃତଦେହ ବୋଲି ତାଙ୍କ ଘରଲୋକେ ଆସି ଚିହ୍ନଟ କରିଥିଲେ । ବଲାଙ୍ଗୀର ସଦର ଏସ ଡିପିଓ ତୋଫାନ୍ ବାଗଙ୍କ ନେତୃତ୍ୱରେ ତୁଷୁରା ପୁଲିସ୍ ସଦଳବଳେ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀକୁକୁରର ସହାୟତାରେ ଅନୁସନ୍ଧାନ ଚଳାଇଥିଲେ । ପୁଲିସ୍ କୁକୁର କର୍ଲାଖମନ ଗ୍ରାମର ଉକ୍ତ ପ୍ରେମିକାର ଘରକୁ ଯିବାରୁ ପୁଲିସ୍ ଯୁବତୀଜଣକୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲେ । ଶେଷରେ ଅଭିଯୁକ୍ତା ଯୁବତୀ ପ୍ରମଦା ବଗର୍ତ୍ତୀକୁ ପୁଲିସ୍ ଗିରଫ କରିଛି ।

ଆଜି ବଲାଙ୍ଗୀରଠାରେ ଅନୁଷ୍ଠିତ ଏକ ଆୟୋଜିତସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ସୂଚନା ଦେଇଛି ଯେ , ଏହି ଯୁବତୀ ହିଁ ହତ୍ୟାକାରିଣୀ ଓ  ସେ ତାଙ୍କଘରଲୋକଙ୍କ ସହ ମିଶି  ଏକ ଧାରୁଆ ଅସ୍ତ୍ରରେ ବେକକୁ ହାଣିଦେବା ପରେ ପ୍ରମାଣ ନଷ୍ଟ କରିବାକୁ ଜଙ୍ଗଲକୁ ନେଇ ପୋଡିଦେବାର ଅପଚେଷ୍ଟା କରିଥିଲେ । ଏହି ହତ୍ୟାକାଣ୍ଡରେ ଯୁବତୀର କୁଲକୁସୁମ ଗ୍ରାମର ନିଜ ଭିଣେଇ ସମ୍ପୃକ୍ତ ରହିଥିବା ଓ ଫେରାର୍ ଥିବା ଏହି ସୂତ୍ରରୁ ଜଣାଯାଇଛି । ଥାନାରେ ଜେରାବେଳେ ଅଭିଯୁକ୍ତା ଯୁବତୀଜଣକ ଏହି ହତ୍ୟା କରିଥିବା ସ୍ବୀକାର କରିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ଘଟଣାସ୍ଥଳରୁ କିଛି ଚୁଡି , ସିନ୍ଦୁର ଓ କୁକୁଡକଟା ଚାପଡ ଜବତ ହୋଇଥିବା ପ୍ରକାଶ ।  ତେଣୁ ପ୍ରେମରେ ପ୍ରତାରଣା କରି ଶେଷରେ ଅନ୍ୟଜଣକୁ ବିବାହ କରିବାକୁ ନିର୍ବନ୍ଧ ସାରି ପ୍ରସ୍ତୁତ ହେଉଥିବାରୁ କୌଶଳକ୍ରମେ ଡକାଇଆଣି ଚୁଡିସିନ୍ଦୁର ପିନ୍ଧାଇ ତତ୍କାଳ ବିବାହ କରିବାକୁ ବାଧ୍ୟ କରି ବିଫଳ ଓ ବଚସା ପରେ ଘରଲୋକ ବା ଆତ୍ମୀୟସ୍ବଜନଙ୍କ ସହାୟତାରେ  ସେହି ଗ୍ରାମରେ ନିର୍ମମ ଭାବରେ ତାଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଥିବା କୁହାଯାଉଛି । ଘଟଣାଟି ବଲାଙ୍ଗୀର ଓ ବୌଦ୍ଧଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like