-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
15-Nov-2020
କଣ୍ଟାବାଞ୍ଜି (ପ୍ରେରଣା ଖବର) - ଶିକ୍ଷା କୁ ସାର୍ବଜନୀନ କରିବା ସହିତ ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବା ର ଆଭିମୁଖ୍ୟ ନେଇ କଣ୍ଟାବାଞ୍ଜିସ୍ଥିତ ନୂଆପଡା ଠାରେ ପେନ ଏକାଡେମୀ ଉଦଘାଟିତ ହୋଇଯାଇଛି।ଉଦଘାଟନୀ ସଭାରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଓ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ର ରେ ଧୂପଦୀପ ପ୍ରଦାନ କରାଯାଇଥିଲା।ଏକାଡେମୀ ର ନିର୍ଦ୍ଦେଶକ ସମୀର ମହାପାତ୍ର ସ୍ୱ।ଗତ ଅଭିଭାଷଣ ସହିତ ଏକାଡେମୀ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିକ୍ଷା ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଏକାଡେମୀ ତରଫରୁ ଇ ଲାଇବ୍ରେରୀ ଓ ସଙ୍ଗୀତ ଶିକ୍ଷା ର ମଧ୍ୟ ବ୍ୟବସ୍ଥା କରାଯାଇଛି।ଏଠାରେ ପ୍ରଥମ ଶ୍ରେଣୀ ରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ସହିତ ସ୍ମାର୍ଟ କ୍ଳାସ ଓ ସ୍ପୋକନ ଇଂରାଜୀ ମଧ୍ୟ ଯୋଗାଇ ଦିଆଯିବ।ମୁଖ୍ୟ ଅତିଥି ଫିତା କାଟି ଉଦଘାଟନ କରିଥିଲେ ଓ ଲାଇବ୍ରେରୀ ପାଇଁ ପାଞ୍ଚ ହଜାର ଟଙ୍କା ପୁସ୍ତକ କିଣିବା କୁ ଦେବା ସହିତ ଲାଇବ୍ରେରୀ ଘର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ମୁଖବକ୍ତା ବିରଞ୍ଚି ନାରାୟଣ ଦାଶ ଲାଇବ୍ରେରୀ କୁ ଏକ ହଜାର ବହି ଦାନ ଦେବାକୁ ଘୋଷଣା କରିଥିଲେ।