-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
17-Feb-2022
ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ବର୍ତ୍ତମାନ ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ - ୨୦୨୨ । ନିର୍ବାଚନ କୁ ଅବାଧ ଓ ନିରପେକ୍ଷତା ର ସହିତ ସୁନିୟୋଜିତ ଭାବରେ ସମ୍ପନ୍ନ କରିବା ପାଇଁ ରହିଛି ନିର୍ବାଚନ ଆଚରଣ ବିଧି ବ୍ୟବସ୍ଥା । ଏହି ନିର୍ବାଚନ ଆଚରଣ ବିଧି ବ୍ୟବସ୍ଥା ରେ ରାଜନୈତିକ ଦଳ, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ, ତାଙ୍କ ସମର୍ଥକ ଙ୍କ ପାଇଁ ବିବିଧ ନିୟମାବଳି, ସର୍ତ୍ତାବଳୀ ଓ ମାର୍ଗଦର୍ଶନ ରହିଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ମଧ୍ୟ ରହିଛି ବିଶେଷ ଆଦେଶ, ନିର୍ଦ୍ଦେଶ ଓ ମାର୍ଗଦର୍ଶନ । ସମସ୍ତ ଆଚରଣ ବିଧି କୁ ପାଳନ କରି ଗଣତାନ୍ତ୍ରିକ ବ୍ୟବସ୍ଥା କୁ ମଜଭୁତ ଓ ସକ୍ରିୟ କରି ଗଣତନ୍ତ୍ର କୁ ରକ୍ଷା କରିବା ପ୍ରତ୍ୟେକ ନାଗରିକ ଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ଓ ଦାୟିତ୍ବ । କିନ୍ତୁ ସମ୍ବଲପୁର ଜ଼ିଲ୍ଲା ରେ ନିର୍ବାଚନ ପ୍ରଚାର ଓ ନିର୍ବାଚନ କେନ୍ଦ୍ରରେ ତାହାର ତ୍ରୁଟି ବିଚ୍ୟୁତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି I ଗତକାଲି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ - ୨୦୨୨ ର ପ୍ରଥମ ପର୍ଯ୍ୟାୟର ଭୋଟ ସମ୍ପନ୍ନ ହୋଇଯାଇଛି । ନିର୍ବାଚନ ରେ ମତଦାନ ସମାପ୍ତ ହେଲା ପରେ ଭୋଟ ବାକ୍ସ ସିଲ ହେଲା ପରେ ପୋଲିଙ୍ଗ ଏଜେଣ୍ଟ ଙ୍କୁ ଯେଉଁ ଫର୍ମ-୧୧ ପ୍ରଦାନ କରାଯିବାର କଥା ତାହା କରାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରି ନିର୍ବାଚନ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛି I ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ ଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଫଣି ଭୂଷଣ ମିଶ୍ର, ସମୀର ରଞ୍ଜନ ବାବୁ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ଇଂ. ପ୍ରଭୁଦତ୍ତ ପଣ୍ଡା, ସରୋଜ କୁମାର ଘଡାଇ, ପ୍ରଦୀପ କୁମାର ସୁପକାର, ପ୍ରଦୀପ କୁମାର ବେହେରା, ଶିବ ଦିୱାନ, କାହ୍ନୁରାମ ଶର୍ମା, ସୌମିତ୍ର ଜତି, ସନ୍ତୋଷ ଡାଲୁଆ, ଅଭିଷେକ ମିଶ୍ର, ହାସିମ ରାଜା, ପ୍ରଭାତ ଶ୍ରୀବାସ, ଟୁକୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜ଼ିଲ୍ଲାପାଳ ଉମାକାନ୍ତ ରାଜ ଦାବି ପତ୍ର ଗ୍ରହଣ କରିଥିଲେ I