-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
17-Feb-2022
ବରଗଡ:-ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ ମୋବାଇଲ ଆଲୁଅରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଟଲି ବ୍ଲକ ଅନ୍ତର୍ଗତ ଛଡେଇ ଗାଁ ପଞ୍ଚାୟ ଟୁକୁର୍ଲ୍ଲା ସୀମାରେ ରହିଅଛି ଏଠାରେ ଦିନକୁ ଅନେକ ସମୟରେ ବିଦ୍ୟୁତ ଯିବା ଆସିବା ଲାଗିରହିଥାଏ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇବା ନେଇ ଅନେକ ସମୟରେ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ଏପଟେ ତାର ଅତିରିକ୍ତ ବ୍ୟବସ୍ଥା କରିବାକୁ ଯାଇ ଚିକିତ୍ସାଳୟ ପରିସରରେ ଅନେକ ଛୋଟ ବଡ଼ ଡି. ଜି ଲଗାଯାଇଛି କିନ୍ତୁ ତାହା ପରିଚାଳନା କରିବାରେ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଅନେକ ସମୟରେ ଚିକିତ୍ସା ସେବା ପ୍ରବାଭିତ ହେଉଥିବା ଦେଖିବାକୁ ମିଳୁଛି । ଥରେ ଇଲେକ୍ଟ୍ରି ଯିବା ପରେ ଅନେକ ସମୟ ପରେ ଆସୁଛି ଏଭଳି ସମୟରେ ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତି ଡ୍ରେସିଙ୍ଗ ମଧ୍ୟ ହୋଇପାରୁନାହାନ୍ତି । ଇଞ୍ଜେକ୍ସନ ଦିଆଯାଇ ପାରୁନାହିଁ ,ଏକ୍ସ୍ରେ ମେସିନ ଚାଲୁନାହିଁ । ଏପରି ଅନେକ ସମସ୍ୟା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗତି କରୁଥିବା ବେଳେ ଅପରାହ୍ନ ୫ ଟା ପରେ ଆଉ କୌଣସି ଉପରିସ୍ଥ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହୁନଥିବା ବେଳେ ଭଗବାନ ଭରସାରେ ଏଠାରେ ରୋଗୀ ସେବା ଚାଲୁଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।