-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2020
ବଲାଙ୍ଗିର, (ପ୍ରେରଣା ଖବର) - ଶିଶୁ ଭିତରେ ଥିବା ଅନ୍ତନିହିତ ପ୍ରତିଭା କୁ ଖୋଜି ପାଇଲେ ଆଗାମୀ ସମୟ ହେବ ସୁଖମୟ।ଦେଶ ପାଇଁ ହେଵ ନୂତନ ସୂର୍ଯ୍ୟୋଦୟ।ତେଣୁ କୋରୋନା ର କଟକଣା ମଧ୍ୟରେ ଵଲାଙ୍ଗିର ର ଅଗ୍ରଣୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ତରଫରୁ ଶିଶୁ ଦିଵସ ଅଵସରରେ ଅନଲାଇନରେ ଶିଶୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହିତ କୋରୋନା ଯୋଦ୍ଧା ସମ୍ଵର୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। କ୍ରାଏ କଲିକତା ର ସହଯୋଗ ରେ କୋରୋନା କଟକଣା ରେ ନଅଗା ଠାରେ ଆୟୋଜିତ ଉତ୍ସବରେ ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ନେପାଳ ପ୍ରଧାନ ସଭାପତିତ୍ଵରେ ଆଗଲପୁର ପଞ୍ଚାୟତସମିତି ର ଉପାଧ୍ୟକ୍ଷ ମନମୋହନ ପଟେଲ ମୁଖ୍ୟ ଅତିଥି, ସାମ୍ଵାଦିକ ସନ୍ଦୀପ କୁମାର କୁଅଁର ମୁଖ୍ୟ ଵକ୍ତା ,ଵେତାର ଓ ଦୁରଦର୍ଶନ କଣ୍ଠଶିଳ୍ପୀ ସଦାନନ୍ଦ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ।ଅନଲାଇନରେ କ୍ରାଏ କଲିକତାର ଅଶୀମ ଵସୁ ଓ ଅନନ୍ଦିତା ଏହି କାର୍ଯ୍ୟକ୍ରମ ରେ ଵକ୍ତଵ୍ୟ ଦେଇଥିଲେ। ପଲ୍ଲୀ ଆଲୋକ ପାଠାଗାର ର ସମ୍ପାଦକ ପ୍ରଶାନ୍ତ ନାୟକ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଵୁଝାଇଥିଲେ। ଏହି ଅଵସରରେ କୋରୋନା ଯୋଦ୍ଧା ଭାଵରେ ଗୌରାଙ୍ଗ ଚରଣ ଦାସ ସୁମିତ୍ ଅଗ୍ର ୱ।ଲ ଓ ଆଦିକନ୍ଦ ସାହୁ ଙ୍କୁ ସମ୍ଵର୍ଧନା ଦିଆଯାଇଥିଲା ।ତଥା ଅନଲାଇନ।ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଙ୍କ ନାମ ଘୋଷଣାକରାଯାଇ ଥିଲା।