-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
10-Feb-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜ଼ିଲ୍ଲା ର ବିଭିନ୍ନ ବିଭାଗ ରେ ଖୁବ ଦକ୍ଷତା ଓ ଶୃଙ୍ଖଳା ର ସହିତ କାର୍ଯ୍ୟ କରି ଏବେ ଅବସର ନେଇଥିବା ସୁବର୍ଣ୍ଣପୁର ର ବରିଷ୍ଠ କର୍ମଚାରୀ ତଥା ଅଣ ଗେଜେଟେଡ଼ କର୍ମଚାରୀ ସଂଘ ର ରାଜ୍ୟ ସଭାପତି ଶ୍ରୀ ଜ୍ୟୋତିରଞ୍ଜନ ପଟ୍ଟନାୟକ ଙ୍କ ପୁଅ ବାହାଘର ରେ ରାଜ୍ୟ ର ପ୍ରାକ୍ତନ ଅଣ ଗେଜେଟେଡ଼ କର୍ମଚାରୀ ସଂଘ ର ପିତାମହ ଶ୍ରୀ ସଦାଶିବ ମିଶ୍ର ସୁଦୂର ଭୁବନେଶ୍ୱର ରୁ ପୁଣି 78 ବର୍ଷ ବୟସ ରେ ପଦାର୍ପଣ କରି ସୁଦ୍ଧା ସଂଘୀୟ ଚେତନା କୁ ଜାଗ୍ରତ କରିବା ପାଈଁ ଯୋଗ ଦେବା ଏକ ଚର୍ଚ୍ଚିତ ବିଷୟ l ଚାକିରୀ ରୁ ଅବସର ନେଲା ପରେ ମଧ୍ୟ ରାଜ୍ୟ ଅଣ ଗେଜେଟେଡ଼ କର୍ମଚାରୀ ସଂଘ ର ପ୍ରତି ଟି ଚର୍ଚ୍ଚା ବେଳେ ପ୍ରଥମେ ସଦାଶିବ ମିଶ୍ର ଙ୍କ ନାଁ ଉଠିଥାଏ l ସୁବର୍ଣ୍ଣପୁର ର ଏଇ ବାହାଘର ଉସ୍ସବ ରେ ରାଜ୍ୟ ର ଅନେକାଂଶ ଜ଼ିଲ୍ଲା ର ଜ଼ିଲ୍ଲା ପ୍ରତିନିଧି ମାନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ବହୁ ମୂଲ୍ୟ ମାର୍ଗଦର୍ଶନ ଦେଇ ସଂଘ କୁ କ୍ରିୟାଶୀଳ କରିବା ପାଈଁ ଅନେକ ପରାମର୍ଶ ପ୍ରଦାନ କରିଥିଲେ l ସୁବର୍ଣ୍ଣପୁର ର ପର୍ୟ୍ୟଟନ, କଳା, ସଂସ୍କୃତି ପରମ୍ପରା ଓ ଲୋକ ଙ୍କ ଆଚାର ବ୍ୟବହାର ରେ ଶ୍ରୀ ମିଶ୍ର ପ୍ରଭାବିତ ହୋଇ ଖୁବ ପ୍ରଶଂସା କରିଥିଲେ l ଓ ସୁବର୍ଣ୍ଣପୁର ର ଏହି ମନ୍ଦିର ମାଳିନୀ ପୀଠ ର ତ୍ରିବେଣୀ ସଙ୍ଗମ ଠାରେ ସଂଘ ର ଏକ ରାଜ୍ୟ ସମାବେଶ ଆୟୋଜନ କରିବାକୁ ପରାମର୍ଶ କରିଥିଲେ l ପ୍ରକୃତ
ରେ ଜଣେ ସଂଘ ପ୍ରେମୀ ଭାବେ ତାଙ୍କ ସଂଘୀୟ ପ୍ରିତୀ, ଦୃଢ଼ ମନୋବଳ ଓ ନେତୃତ୍ୱ କେବଳ ଯେ କର୍ମଚାରୀ କାହିଁକି ଏହା ପ୍ରତିଟି ସଂଘ ପାଈଁ ଏକ ପ୍ରେରଣା ଦାୟୀ ବାର୍ତ୍ତା ଦେବ l ସୁବର୍ଣ୍ଣପୁର ଜ଼ିଲ୍ଲା ର ବରିଷ୍ଠ କର୍ମଚାରୀ ଦିଲ୍ଲୀପ ରଥ, ସୀତାଂଶୁ ଶେଖର ମିଶ୍ର, ପ୍ରଦୀପ ପୁରୋହିତ, ଚିତ୍ତ ରଞ୍ଜନ ତରାସିଆ ପ୍ରମୁଖ ବହୁ ନେତୃ ସ୍ତରୀୟ ସଭ୍ୟ ରାଜ୍ୟ ପ୍ରାକ୍ତନ ନେତା ଶ୍ରୀ ମିଶ୍ର ଙ୍କୁ ଓ ଅନ୍ୟ ଜ଼ିଲ୍ଲା କାର୍ଯ୍ୟକର୍ତ୍ତା ଙ୍କୁ ସ୍ୱାଗତ କରି ଏହି ଆଲୋଚନା ରେ ସାମିଲ ଥିଲେ l