-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ବଲାଙ୍ଗିର (ପ୍ରେରଣା ଖବର) : ଆଜି ବଲାଙ୍ଗିର ନାଗରିକ କମିଟି ର ଏକ କ୍ଷୁଦ୍ର ଟିମ୍ ବଲାଙ୍ଗିର ରେଲୱେ ଷ୍ଟେସନ ମାଷ୍ଟର ଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରି ବଲାଙ୍ଗିର ରେଳ ଷ୍ଟେସନ ର ବିଭିନ୍ନ ସମସ୍ୟା ତଥା ଷ୍ଟେସନ ର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ l ବଲାଙ୍ଗିର ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁଙ୍କ ନେତୃତ୍ଵରେ ଏକ ତିନି ଜଣିଆ ଟିମ୍ ମଧ୍ୟରେ କମିଟିର ଯୁଗ୍ମ ସମ୍ପାଦକ ଚକ୍ରପାଣି ଦାସ ଓ ସଭ୍ୟ ମନୋଜ ଜୈନ ଏଥିରେ ସାମିଲ ହୋଇ ରେଳ ଯାତ୍ରୀ
ମାନଙ୍କ ବିବିଧ ସମସ୍ୟା ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଷ୍ଟେସନ ମାଷ୍ଟର ସୁରେଶ ଚନ୍ଦ୍ର ଦାଶ ଓ କମର୍ସିଆଲ ଇନିସପେକ୍ଟର ଶ୍ରୀ ବି. ସି. ମାର୍ଥ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ଅବସରରେ କମିଟି ପକ୍ଷରୁ ବଲାଙ୍ଗିର ରେଲୱେ ଷ୍ଟେସନ ର କିଛି ସମସ୍ୟା ସମ୍ପର୍କିତ ଏକ ଅଭିଯୋଗ ପତ୍ର ବଲାଙ୍ଗିର ଷ୍ଟେସନ ଅଧୀକ୍ଷକ ଶ୍ରୀ ମହେଶ୍ବର ନାଏକଙ୍କୁ ପ୍ରଦାନ କରାଯାଇଥିଲା l ଖୁବଶୀଘ୍ର ନାଗରିକ କମିଟି ର ଏକ ପ୍ରତିନିଧି ଦଳ ରେଲୱେ ଡି ଆର୍ ଏମ୍ ଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସମ୍ପାଦକ ମନୋରଞ୍ଜନ ସାହୁ ସୂଚନା ଦେଇଛନ୍ତି l