-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2020
କଟକ, (ଦୀପକ ଷଡଙ୍ଗୀ) _କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ୍ ବେରେଣା ନିକଟସ୍ଥ ଏକ ଖାଲରୁ ଏକ ଅହିରାଜକୁ ଉଦ୍ଧାର କରାଯାଇଛି । ସାପଟିର ଲମ୍ୱ ପ୍ରାୟ ୭ଫୁଟ ହେବ । ଡମ ଡମଣୀ ପୀଠକୁ ଯିବା ରାସ୍ତାରେ ବେରେଣାଠାରେ ଥିବା ପଥର ଖାଦାନ ଖାଲ ଭିତରେ ଜମି ରହିଥିବା ଝରଣା ପାଣିରେ ସାପଟି ପଡିରହିଥିବା ଲୋକମାନେ ଦେଖିବାକୁ ପାଇଥିଲେ । ସ୍ଥାନୀୟ କିଛି ଯୁବକ ଅତି ସତର୍କତାର ସହ ତାକୁ ପାଣି ମଧ୍ୟରୁ ଉଦ୍ଧାର କରି ଡମଣୀ ଜଙ୍ଗଲରେ ଛାଡିଥିବା ଜଣାପଡ଼ିଛି!!*