-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   (07-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଗୁଳି ରାଜନୀତି : ସତମିଛ ତଦନ୍ତସାପେକ୍ଷ ! ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି ।। । ଘରୁଡାକି ସରପଞ୍ଚସମର୍ଥକଙ୍କୁ ପିସ୍ତଲ ଫୁଟାଇ ହତ୍ୟା ଉଦ୍ୟମ ଏତଲା

08-Feb-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ପରସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହୋଇଉଠୁଥିବାର ଆଭାସ ମିଳିଛି । ଗତ ୬ ତାରିଖ ରାତି ପ୍ରାୟ ୧୨ ଟା ବେଳେ ବଲାଙ୍ଗୀର  ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୧ କିମି ଦୂର ବୈଦିପାଲି ପଞ୍ଚାୟତର ବୈଦିପାଲି ଗ୍ରାମରେ ଜଣେ ବିଜେଡି ଯୁବନେତାଙ୍କୁ ୨ ଜଣ ମୁହଁଢଙ୍କା ଯୁବକ ଏକ ବାଇକ୍ ରେ ଆସି ଘରୁ ଡାକି ଏକ ଦେଶୀ ପିସ୍ତଲରେ ଏକ ରାଉଣ୍ଡ୍ ଗୁଳି ମାରି ହତ୍ୟା ଉଦ୍ୟମ କରି ବିଫଳ ହୋଇ ପଳାଇଥିବା ବଲାଙ୍ଗୀର ସଦରଥାନାରେ ସମ୍ପୃକ୍ତ ସନ୍ତୋଷ ସାହୁଙ୍କ ପକ୍ଷରୁ ଲିଖିତ ଏତଲା କରାଯାଇଛି । ଏହି ଅଭିଯୋଗକ୍ରମେ ଥାନା କେସ୍ ନ୦ ୭୧ / ୨୦୨୨ ତା ୭ । ୨ । ୨୦୨୨ ରେ ଏକ ମାମଲା ଋଜୁ କରାଯାଇଛି ।  ପୁଲିସ୍ ଉକ୍ତ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ହେଁ , ଅଦ୍ୟାବଧି ଏଭଳି ସମ୍ବେଦନଶୀଳ ଅଭିଯୋଗ ସତ୍ତ୍ୱେ ମାତ୍ର ୧୧ କିମି ଦୂରସ୍ଥ ଗ୍ରାମକୁ ଏସ୍ ପି କିମ୍ବା ନିର୍ବାଚନଅଧିକାରୀ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାଯାଇନାହିଁ ।  ସେହିପରି ବଣଜଙ୍ଗଲଘେରା ଏହି ଅସୁରକ୍ଷିତ ଛୋଟ ଗ୍ରାମର ଏଭଳି ଅଭିଯୋଗକାରୀଙ୍କୁ ସେ ମାଗିଥିବା ସତ୍ତ୍ୱେ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନାହିଁ ! ଅବଶ୍ୟ ଏଭଳି ଘଟଣାର ଅଭିଯୋଗ ପରେ ଉକ୍ତ ଗ୍ରାମରେ ସେଭଳି ଭୟର ବାତାବରଣ ନାହିଁ  କିମ୍ବା ଅଭିଯୋଗକାରୀ ଭୟଭୀତ ରହିବା ଭଳି ଜଣାପଡୁନାହିଁ  । 

ଆଜି ବଲାଙ୍ଗୀରରୁ ଯାଇ ଆମେ ଅଭିଯୋଗକାରୀ ସନ୍ତୋଷ ସାହୁଙ୍କୁ ସେ ତାଙ୍କ ରାସ୍ତାପାର୍ଶ୍ବସ୍ଥ ଘର ବାରଣ୍ଡାରେ ବେଫିକର ଭାବରେ ଚୌକିପକାଇ ଏକା ବସିଥିବାବେଳେ ଭେଟି ଘଟଣା ସମ୍ପର୍କରେ ପଚାରିଥିଲୁଁ । ତାଙ୍କଠାରୁ ପ୍ରକାଶ ଯେ ସେ ଉକ୍ତଦିନ ରାତିରେ ରାତିପ୍ରାୟ ୧୦ଟା ଯାଏ ନିକଟସ୍ଥ ପ୍ରତାପରୁଦ୍ରପୁରରୁ ନିର୍ବାଚନ ପ୍ରଚାର ସାରି ଘରକୁ ଫେରିଥିବା ଓ ରାତି ୧୧ -୫୫ ଟା ସମୟରେ ବାହାରୁ କେହି ତାଙ୍କୁ ' ସାହୁ ବାବୁ , ସାହୁ ବାବୁ ' ବୋଲି ୧୦ / ୧୫ ଡାକ ଡାକିଲା ପରେ ପ୍ରାୟତଃ ସେ ସବୁବେଳେ ଜଣେ ସମାଜସେବୀ ଭାବେ ଲୋକଙ୍କୁ ସାହାଯ୍ୟ କରିଆସୁଥିବାରୁ କାହାର କଣ କାମ ଥାଇପାରେ ଭାବି ବାହାରକୁ ବାହାରିଥିଲେ । ତେବେ ସେ ଘରର ମୁଖ୍ୟଦ୍ବାର ଦେଇ ନ ବାହାରି ପାର୍ଶ୍ବର ଛୋଟଦ୍ବାର ଦେଇ ବାହାରିବା ଦେଖି ମୁଖ୍ୟଦ୍ବାର ପାଖରେ ଠିଆ ହୋଇଥିବା ଜଣେ ମୁହଁଢାଙ୍କିଥିବା ଯୁବକ ହଠାତ୍ ଏକ ପିସ୍ତଲରେ ତାଙ୍କ ଉପରକୁ ଗୋଟିଏ ଗୁଳି ଫୁଟାଇଥିଲା ।  ତେବେ ସେ ଅକସ୍ମାତ୍ ଅଘଟଣ ଆଶଙ୍କାକରି ତଳେ ଝୁଙ୍କି ବସିପଡିବାରୁ ଗୁଳିଟି ସୌଭାଗ୍ଯବଶତଃ  ତାଙ୍କୁ ନ ବାଜି  ତାଙ୍କ ମୁଣ୍ଡ ଉପରଦେଇ ଚାଲିଯାଇଥିବା ତାଙ୍କଠାରୁ ପ୍ରକାଶ । ତା'ପରେ ସେ ପାଟି କରିବାରୁ ଆଖପାଖର ଲୋକେ ଉଠିପଡି ଆସିଥିଲେ ଓ ସେମାନେ ଗୁଳି ଶବ୍ଦ ଶୁଣିଥିବା ସହ ଦୁଇଜଣ ଏକ ପଲସର୍ ପରି ଲାଗୁଥିବା ବାଇକ୍ ରେ ବରଗାଁ ପଟକୁ ପଳାଇଥିବା କହିଛନ୍ତି । ଏହା ସେ ପରଦିନ ସଦର ଥାନାରେ ଏତଲାରେ ଲେଖିଛନ୍ତି ।

ସେମାନେ କିଏ  ଓ କାହିଁକି ତାଙ୍କ ଉପରେ ଏଭଳି ଆକ୍ରମଣ କଲେ ବୋଲି ପଚାରିବାରୁ ସେମାନଙ୍କୁ ସେ ଶୀତଦିନର ମୁଖା ପରି ମାସ୍କ , କ୍ୟାପ୍ ଆଦି ମୁହଁରେ ଢାଙୂକିଥିବାରୁ ଚିହ୍ନିପାରି ନଥିବା ଓ  ଏହା ରାଜନୈତିକ ଶତ୍ରୁତା ବୋଲି 
ଆଶଙ୍କା କରୁଥିବା କହିଛନ୍ତି । ତେବେ ଏବେ ସେଠାରେ ସରପଞ୍ଚ , ସମିତିସଭ୍ଯ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କର ଏକାସାଙ୍ଗରେ ନିର୍ବାଚନ ହେଉଥିବାରୁ କେଉଁ ପଦର ପ୍ରାର୍ଥୀଙ୍କ ପକ୍ଷରୁ ଏଭଳି ଆଶଙ୍କା କରୁଛନ୍ତି  ଓ ତାଙ୍କୁ ମାରିଦେଲେ କାହାର ଫାଇଦା ହେବ ? ' ର ଉତ୍ତରରେ ସେ ଏହି ତିନି ପଦର ପ୍ରାର୍ଥୀ ହେଇପାରନ୍ତି , ତେବେ ତାଙ୍କ ସମର୍ଥିତା ସରପଞ୍ଚ ପ୍ରାର୍ଥିନୀଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥିନୀଙ୍କ ଆଡକୁ ଅଧିକ ସନ୍ଦେହ ପ୍ରକାଶ କରିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ , ବୈଦିପାଲି ପଞ୍ଚାୟତର ଅଣସଂରକ୍ଷିତ ମହିଳା ଆସନରେ ମୋଟ ୨ ଜଣ ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନେ ହେଲେ ବିଜେଡି ସମର୍ଥିତା କୁହାଯାଉଥିବା କାଲିଝରନର ' ମାଛ ' ଚିହ୍ନରେ ଲଢୁଥିବା ସୁଜାତା ରାଉତ ଏବଂ କଂଗ୍ରେସ ସମର୍ଥିତା କୁହାଯାଉଥିବା ବରଗାଁ'ର ' ଖୋଲାବହି ' ଚିହ୍ନରେ ଲଢୁଥିବା ଆନନ୍ଦିନୀ ବିଶି । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ବରଗାଁ ପ୍ରାର୍ଥିନୀଙ୍କ ସ୍ବାମୀ ଜଣେ ପୁଲିସ୍ ବଳ କର୍ମଚାରୀ ଓ ତାଙ୍କର କେତେକ ସହକର୍ମୀ ବନ୍ଧୁଙ୍କର ମିଳିତ ସହଯୋଗ ତାଙ୍କ ପଛରେ ରହିଛି । ତେବେ ସେଭଳି କୌଣସି ଅଭିଯୋଗକୁ ଉକ୍ତ ପକ୍ଷରୁ ଅସ୍ବୀକାର କରାଯାଉଛି ।

ଦ୍ୱିତୀୟତଃ ଏହି ପଞ୍ଚାୟତ ସମିତିର ସମିତିସଭ୍ୟ ଆସନରେ ତିନିଜଣଙ୍କ ମଧ୍ୟରେ ବିଜେଡି ସମର୍ଥିତ ବା କର୍ମୀ କୁହାଯାଉଥିବା ପାଲେଶ୍ବର ଭୋଇ , କାଲିଝରନର ସ୍ବାଧୀନ ପ୍ରାର୍ଥୀ କହୁଥିବା ସେବକ ଧରୁଆ ଓ ବରଗାଁର କଂଗ୍ରେସ ସମର୍ଥନରେ କୁହାଯାଉଥିବା କିଶୋର ନାଗ ପ୍ରମୁଖ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି   ଏସ୍ ସି ମହିଳୃ ଜିଲ୍ଲା ପରିଷଦ ସଂରକ୍ଷିତ ଆସନରେ ବିଜେଡିର ମାଧିଆପାଲିର ଝିଅ ସଙ୍ଗୀତା ସୁନା ଓ ଅନ୍ୟ ଦୁଇଜଣ ଖୁଜେନପାଲି ଓ ମହୀମୁଣ୍ଡାର ଭିନ୍ନ ଭିନ୍ନ ଦଳର ସମର୍ଥିତା ପ୍ରାର୍ଥିନୀଙ୍କ ନାମ ଜାଣିନାହିଁ ବୋଲି ସେ କହିଛନ୍ତି ।

ସେ ଯାହାହେଉନା କାହିଁକି , ପୁଲିସ୍ ଘଟଣାସ୍ଥଳରୁ କୌଣସି ଗୁଳିର ଖୋକା ଇତ୍ୟାଦି ପାଇପାରିନାହିଁ  କିମ୍ବା ଅଭିଯୋଗକାରୀ ସନ୍ଦେହକରୁଥିବା ପ୍ରତିପକ୍ଷକୁ ପଚରାଉଚୁରା କରିଥିବା ଜଣାଯାଇନାହିଁ ।

ତେବେ ଏହି ସମ୍ବେଦନଶୀଳ ଅଭିଯୋଗ ଘଟଣାର ସତ୍ୟାସତ୍ୟ  ପୁଲିସ୍ ର ତଦନ୍ତ ପରେ ଜଣାପଡିବ । କେତେକ ଲୋକ ଏହା ଅପରପକ୍ଷକୁ ବଦନାମ କରି ଫାଇଦାନେବାକୁ ଏକ ଚାଲ୍  ଓ ମିଥ୍ୟାଅଭିଯୋଗ ବୋଲି ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି । ଅଭିଯୋଗକାରୀ ଏବେ ବିଜେଡିକୁ ଆସିଛନ୍ତି ଓ ଛଅମାସ ପୂର୍ବରୁ ସେ କଂଗ୍ରେସରେ ଥିବା ପ୍ରକାଶ ।  ସେ ମଧ୍ୟ ଉପରୋକ୍ତ ଅଭିଯୋଗକୁ ଅସ୍ବୀକାର କରନ୍ତି ।

ତେବେ ବଲାଙ୍ଗୀର ଜିଲ୍ଲାରେ ଏଭଳି ନିର୍ବାଚନୀହିଂସାର ଗୁଳିକାଣ୍ଡ ନୂଆଘଟଣା ନୁହେଁ । ଗତ ୧୯୮୪ରେ  ସାଧାରଣ ନିର୍ବାଚନରେ ଦୁର୍ଗାପାଲି ଗୁଳିକାଣ୍ଡ ପରେ ତତ୍କାଳୀନ ମନ୍ତ୍ରୀ ମୁଜାଫର ହୁସେନ ଖାଁ'ଙ୍କର ୨ ଜଣ ସମର୍ଥକଙ୍କୁ ଗ୍ରାମବାସୀମାନେ ଗୋଡାଇ ଗୋଡାଇ ପିଟି ହତ୍ୟାକରିବା ଘଟଣା , ଗତ ୧୯୯୨ରେ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ ବର୍ଥଲା ଗୁଳିକାଣ୍ଡ ଓ ମଝିରେ ତୁରେକେଲା ଗୁଳିକାଣ୍ଡ ଇତ୍ୟାଦିର ରେକର୍ଡ ରହିଛି । ତେଣୁ ଏହି ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ଉପଯୁକ୍ତ ସଠିକ୍ ତଦନ୍ତ କରିବାକୁ ଲୋକେ ଦାବି କରନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   07-Oct-2026
  ଜିଲ୍ଲା  
ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   07-Oct-2026
ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   06-Oct-2026
  ଜିଲ୍ଲା  
ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   06-Oct-2026
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026

You Might Also Like