-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ପଦ୍ମପୁର:-ପଦ୍ମପୁର ନିକଟସ୍ଥ ଦହିତା ଠାରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବୁଡେନ ଦଳ ଭଗତପୁର ଦଳକୁ ହରାଇ ଏବଂ ପଦ୍ମପୁର ଦଳ ଗଡ଼ଭାଟି ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚ ରେ ପଦ୍ମପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ୮ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ବୁଡେନ ଦଳ ସମସ୍ତ ଉଇକେଟ ହରାଇ ୬୪ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ଉଦଯାପନୀ ଉତ୍ସବରେ ଖଲିଆପାଲି ପୂର୍ବତନ ସରପଞ୍ଚ କେତନ ମେହେର ମୁଖ୍ୟ ଅତିଥି ଏବଂପଙ୍କଜିନି ପ୍ରଧାନ ଓ ରଂଜନ ମେହେର, ଡିଲେଶ୍ୱର ବାଗ, ନାରାୟଣ ହୋତା ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଦଳକୁ ୧୨୦୦୦ ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୭୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ପଦ୍ମପୁର ଦଳର ରୁନୁ ମେନ ଅଫ ଦି ମେଚ ଓ ମେନ ଅଫ ଦି ସିରିଜ ବୁଡେନ ଦଳର ସାଇ ରେଡି କୁ ଦିଆ ଯାଇଥିଲା । ଆଜିର ମ୍ୟାଚରେ ଦୁଇତିଆ, ସୁମନ୍ତ, ଅଶୋକ, ଦୀପକ ଅମ୍ପାୟାରିଂ ଏବଂ ଲବ ଓ ସୋନୁ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ମନ ଓ ଦୀପକ ଧାରାବିବରଣୀ ପ୍ରଦାନ କରିଥିଲେ ଓ ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ଦୀପକ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ଶେଷରେ ସଭାପତି ସୁଶୀଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।