-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||     

HOME   ରାଜ୍ୟ

ପ୍ରବାସୀ ଓଡ଼ିଆ ଭାଷା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

06-Feb-2022



ଭୁବନେଶ୍ୱର(ପ୍ରେରଣା ଖବର) ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଭାଷା ଆନ୍ଦୋଳନ ଅଭିପ୍ରେତ ଥିଲା । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରେ ରେକର୍ଡଧାରୀ ଦୀର୍ଘ ୮୭୮ ଦିନର କଳାପତାକା ଅଭିଯାନ ଏହି ଐତିହାସିକ ଅହିଂସା ସଂଗ୍ରାମର ପ୍ରମୁଖ ଅଂଶ ବିଶେଷ ଥିଲା । ଓଡ଼ିଶାର କୋଣ ଅନୁକୋଣରେ ଏହି ନ୍ୟାଯ୍ୟ ଦାବି ପ୍ରତି ଉଚ୍ଛ୍ୱସିତ ସମର୍ଥନ ପ୍ରକାଶ ପାଇବା ସହିତ ରାଜ୍ୟ ବାହାରେ ଭାରତ ବର୍ଷର ରାଜଧାନୀ ନୂଆଦିଲ୍ଲୀ, ଦେଶର ଅନ୍ୟାନ୍ୟ ପ୍ରମୁଖ ମହାନଗରମାନଙ୍କରେ ତଥା ବିଭିନ୍ନ ପ୍ରଦେଶରେ ଏବଂ ବିଦେଶର ବିଭିନ୍ନ ରାଷ୍ଟ୍ରରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ବିପୁଳ ସଂଖ୍ୟାରେ ଭାଷା ଅଭିଯାନ ପ୍ରତି ନୈତିକ ଓ ସାଂକେତିକ ସମବେଦନା ଜ୍ଞାପନ କରିଥିବା ଜଣାଯାଇଥିଲା । ପ୍ରବାସରେ ଅବସ୍ଥାନ କରୁଥିବା କିଛି ପ୍ରମୁଖ ଭାଷା ଯୋଦ୍ଧାଙ୍କୁ ନିକଟରେ ଏଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ । ଏଠାକାର ଖାରବେଳନଗରସ୍ଥିତ ସାମ୍ବାଦିକ ଭବନଠାରେ ଏହି ଉପଲକ୍ଷେ ଭାଷା ଆନ୍ଦୋଳନ ତରଫରୁ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତିଭୂଷଣ କର ପୌରୋହିତ୍ୟ କରିଥିଲେ । ସମ୍ବର୍ଦ୍ଧିତ ଭାଷା ଯୋଦ୍ଧାମାନଙ୍କ ମଧ୍ୟରେ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ ତଥା ଦିଲ୍ଲୀରେ ଅବସ୍ଥାପିତ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡଃ ବିପୀନ ମିଶ୍ର, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି, କାନାଡ଼ା ଅଧିବାସୀ ଡଃ ତନ୍ମୟ ପଣ୍ଡା ଓ ଡଃ ସୁନନ୍ଦା ମିଶ୍ର ପଣ୍ଡା, ଦିଲ୍ଲୀ ନିବାସୀ କାବେରୀ ବେହେରା ଏବଂ କଳା ପତାକା ଅଭିଯାନରେ ସର୍ବକନିଷ୍ଠ ଅଂଶଗ୍ରହଣକାରୀ ଦିଲ୍ଲୀ ମଦର ଇଣ୍ଟରନ୍ୟାସନାଲ୍‍ ସ୍କୁଲର ଛାତ୍ର ନନ୍ଦନ ଦ୍ୱିବେଦୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । 
ସଭାକୁ ସମ୍ବୋଧନ କରି ଡଃ ନଳିନୀ ପତି, ଆମର ମାତୃଭାଷାକୁ ନିତିଦିନ ଚାଲିଚଳଣିରେ ବ୍ୟବହାର କରିବାକୁ ଆମେ ପ୍ରୟାସରତ ଅଛୁ ବୋଲି କହିଥିଲେ । କାନାଡ଼ାରେ ବିଦ୍ୟା ପ୍ରକାଶନୀ ଓ କାଁସା ସଂସ୍ଥା ମାଧ୍ୟମରେ ଆମେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାରରେ ବ୍ରତୀ ଥିବା ଡଃ ତନ୍ମୟ ପଣ୍ଡା ପ୍ରକାଶ କରିଥିଲେ । ଭାଷା ଆନ୍ଦୋଳନ ସମସ୍ତ ଓଡ଼ିଆଙ୍କର ପ୍ରାଣ ସ୍ଫନ୍ଦନ ହୋଇସାରିଥିବା, ବିଭୁତି ଭୂଷଣ କର ମତବ୍ୟକ୍ତ କରିଥିଲେ । ଭାଷା ପାଇଁ ‘ଗଣ ଓ ଗଣମାଧ୍ୟମ’ ଶୀର୍ଷକ ସୁଦୂର ପ୍ରସାରୀ ଯୋଜନାବଦ୍ଧ ଉଦ୍ୟମ ଯୋଗୁଁ ଏହି ଆନ୍ଦୋଳନ ସଫଳତାର ଶୀଖର ଚୁମିଥିଲା ବୋଲି ଶ୍ରୀ କର ସୂଚାଇଥିଲେ । ଓଡ଼ିଆରେ ଓଡ଼ିଶାର ଶାସନ ଚାଲିବା ନେଇ ଆଇନଗତ କାର୍ଯ୍ୟାନ୍ୱୟନ ଏବଂ ‘ବନ୍ଦେ ଉତ୍କଳ ଜନନୀ’କୁ ପ୍ରଦେଶ ସଂଗୀତର ମାନ୍ୟତା ପ୍ରଦାନ କରିବା ନେଇ ଭାଷା ଆନ୍ଦୋଳନର ସଫଳତା ପରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଜାରି ରହିଥିବା କାର୍ଯ୍ୟକ୍ରମ ପ୍ରତି ଭାଷା ଆନ୍ଦୋଳନ, ଓଡ଼ିଶାର ଅଧ୍ୟକ୍ଷ ଚକ୍ରଧର ମହନ୍ତ ଜନସମର୍ଥନ କାମନା କରିଥିଲେ । ଶଢ଼େଇକଳା ଖରସୁଆଁର ବିଚ୍ଛିନ୍ନ ଅଞ୍ଚଳରେ ଓଡ଼ିଆକୁ ଦ୍ୱିତୀୟ ରାଜଭାଷା ଭାବରେ ସ୍ୱୀକୃତି ପ୍ରଦାନ କରାଯିବା ନେଇ ପୂର୍ଣ୍ଣାଙ୍ଗ ନ୍ୟାସମଣ୍ଡଳର ସଫଳତା ସମ୍ପର୍କରେ ସମ୍ମାନୀୟ ବକ୍ତା ସୀତାବଲ୍ଲଭ ମହାପାତ୍ର ଆଲୋକପାତ କରିଥିଲେ । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଡମ୍ବରୁଧର ହରଣସିଂହ, ନବକିଶୋର ପ୍ରଧାନ, ଅଲେଖ ଜେନା ଓ ଜାନକୀଶ ବଡ଼ପଣ୍ଡା ପ୍ରମୁଖ ସାମିଲ ଥିଲେ । ଭାଷା ଯୋଦ୍ଧା ଶାରଦା ପ୍ରସାଦ ମହାପାତ୍ର ସଭା ସଞ୍ଚାଳନା କରିଥିଲେ । ମୁଖ୍ୟ ଆୟୋଜକ ଏବଂ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ସ୍ୱାଗତ ଭାଷଣ ପ୍ରଦାନ କରି ଭାଷା ଆନ୍ଦୋଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   08-Oct-2026
  ଜିଲ୍ଲା  
କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   08-Oct-2026
  ରାଜ୍ୟ  
ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ   08-Oct-2026
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026
  ଜିଲ୍ଲା  
ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ   08-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   08-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   08-Oct-2026
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026

You Might Also Like