-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ କନ୍ଦlମୁଣ୍ଡା ଗ୍ରାମର ଜଣେ ନାବାଳିକାକୁ ତାର ବାପା ମାଁ ଫୁଡୁକୁପରl ଗାଁ ର ଜଣେ ଯୁବକଙ୍କ ସହ ବିବାହ କରିବାର ଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ କଲ୍ଯାଣ ଚାଇଲ୍ଡ ଲାଇନ ପହଂଚି ବେଆଇନ ବିବାହକୁ ବନ୍ଦ କରିବା ସହିତ ସରକାରଙ୍କ ଘୋଷିତ ବିବାହ ବୟସ ପୂର୍ବରୁ ବିବାହ ନ କରିବା ପାଇଁ ନିବେଦନ କରିଥିଲେ l ଗ୍ରାମବାସୀଙ୍କ ଉପସ୍ଥିତିରେ ବାପାମାଆ ଏଥିରେ ରାଜି ହୋଇଥିଲେ l ଏଥିରେ ସୁପରଭାଇଜର ମାଧବୀଲତା ମହାନନ୍ଦ, ଅଙ୍ଗନୱାଡି କର୍ମୀ ପାରିଜାତ ତ୍ରିପାଠୀ, ବଲାଙ୍ଗିର ଚାଇଲ୍ଡ ଲାଇନ ପାଟଣାଗଡ ସବ ସେଣ୍ଟର ଟିମ୍ ଲିଡର ରଶ୍ମି ମୟ ନାଏକ,ସଭ୍ୟ ଆକାଶ ମେହେର, ଲରମ୍ଭା ପୋଲିସ ଏସ୍ ଆଇ କୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l