-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ସୁବର୍ଣ୍ଣପୁର- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ବଣିକ ସଂଘ ର ସଂପାଦକ ବି.ସତ୍ୟନାରାୟଣ ରାଓ ଙ୍କ ମାଁ ଶ୍ରୀମତି ବି.ଲକ୍ଷ୍ମୀ ଦେବୀ ଙ୍କ ୭୬ବର୍ଷ ବୟସରେ ବିୟୋଗ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛି ଦିନ ଆଗରୁ ଶଯ୍ୟାଶାୟୀ ଥିଲେ। ସେଜଣେ ଧର୍ମପରାୟଣା ମହିଳା ଭାବରେ ବେଶ ଜଣାଶୁଣା ଥିଲେ । ବୁଢିମା ମନ୍ଦିର ର ପୂଜକ ବି. ଶିବରାଓ ଙ୍କର ସେ ଧର୍ମପତ୍ନୀ ଥିଲେ। ତାଙ୍କର ବିୟୋଗରେ ଢେରାପଡା ସମେତ ସମଗ୍ର ବଡ଼ବଜାର ଅଞ୍ଚଳରେ ଶୋକପ୍ରକାଶ ପାଇଥିଲା।ତାଙ୍କର ମରଶରୀରକୁ ଜିଲ୍ଲା ବଣିକ ସଂଘର ଅନେକ କର୍ମକର୍ତ୍ତା ଙ୍କସହ ସହରର ଅନେକ ମାନ୍ୟଗଣ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିବାପରେ ତାଙ୍କର ମର ଶରୀରକୁ ଦକ୍ଷିଣ ଭାରତୀୟ ପରମ୍ପରା ମତେ ତ୍ରିବେଣୀ ସଙ୍ଗମସ୍ଥ ରାମେଶ୍ୱର ଶ୍ମଶାନ ଘାଟରେ ଅନ୍ତେଷ୍ଟିକ୍ରିୟା କରାଯାଇଥିଲା।