-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
ବଲାଙ୍ଗିର/ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ତମିଆଁ ଗ୍ରାମ ପଞ୍ଚାୟତ ବାଗବାହାଲି ଗାଁ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ମହାସଚିବ ନିରଞ୍ଜନ ବିଶି ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଆଦିବାସୀ ନେତା ଶ୍ୟାମ ସୁନ୍ଦର ଭୋଇ, ଆଦିବାସୀ ଯୁବନେତା ଧୁବଲେଶ୍ବର ଭୋଇ,ତମିଆଁ ଗ୍ରାମ ପଞ୍ଚାୟତ ସମ୍ପାଦକ ମଙ୍ଗଳୁ ବରିହା ଯୋଗଦେଇ ଥିଲେ। ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ
ପ୍ରତିବାଦ ଓ ଆଦିବାସୀ ମାନଙ୍କ ଉନ୍ନତି ପ୍ରତି ବିଶେଷ ଆକର୍ଷଣ କରିବା ପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ। ଏବଂ ଆଦିବାସୀ ମାନଙ୍କ ଉନ୍ନତି ପଥ ଉପରେ ଆଲୋକପାତ କରିଥିଲେ। ସେହି କାର୍ଯ୍ୟ ରେ ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଯୋଗଦାନ କରିଥିବା ବେଳେ ଆଦିବାସୀ ମାନଙ୍କ ମୁଖ୍ୟ ଲୋକ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ଘାସିରାମ ଭୋଇ ଧନ୍ୟବାଦ ଅର୍ପଣ କରି ସଭା ସ୍ବାଙ୍ଗ କରିଥିଲେ।