-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ସୁବର୍ଣ୍ଣପୁର - ମୋ କଲେଜ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଈଁ ସୁବର୍ଣ୍ଣପୁର ସରକାରୀ ପୋଲିଟେକନିକ କଲେଜ ରେ ଏକ ନୂତନ କମିଟି ଗଠିତ ହୋଇଛି l ସମସ୍ତ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ସଂଶ୍ଲିଷ୍ଟ କରି ଏହି କଲେଜ ର ଶୈକ୍ଷିକ ଭୌତିକ,ଭିତ୍ତିଭୂମି ଓ ସର୍ବାଙ୍ଗୀନ ବିକାଶ ପାଈଁ ରାଜ୍ୟ ଶିକ୍ଷା ବିଭାଗ ଙ୍କ ନିର୍ଦ୍ଧେଶ କ୍ରମେ ଏହି କମିଟି ଗଠନ କରାଯାଇଛି l ଏବଂ ଆଗାମୀ ଦିନ ରେ ସମାଜ ର ବିଭିନ୍ନ କ୍ଷେତ୍ର ରେ ପ୍ରତିଷ୍ଠିତ ହୋଇଥିବା ପ୍ରାକ୍ତନ ଛାତ୍ର ଛାତ୍ରୀ ଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କ ସହଯୋଗ ନେଇ କଲେଜ ର ସର୍ବବିଧ ଉନ୍ନତି ପାଈଁ ପ୍ରୟାସ ଜାରିରହିବ ବୋଲି କମିଟି କାନଭେନର ଶ୍ରୀ ନାୟକ ପ୍ରକାଶ କରିଛନ୍ତି l ଏହି ନଅ ଜଣିଆ କମିଟି ରେ କମିଟି ଅଧ୍ୟକ୍ଷ ଭାବେ କଲେଜ ଅଧ୍ୟକ୍ଷ ଶ୍ରୀ ଗୌରହରି ସାହୁ, ବରିଷ୍ଠ ପ୍ରତିନିଧି ଭାବେ ସିଭିଲ ଇଞ୍ଜିନିଅରିଙ୍ଗ ବିଭାଗ ର ମୁଖ୍ୟ ଶ୍ରୀ ପଦ୍ମଲୋଚନ ବେହେରା, ମେକାନିକାଲ ଇଂ ଞ୍ଜିନିଅରିଂ ବିଭାଗ ମୁଖ୍ୟ ଶ୍ରୀ ଶରତ କୁମାର ବିଶ୍ୱାଳ, ଆଲୁମିନି ସଦସ୍ୟ ଭାବେ ଜୁନିଅର ସାଇଟ ଇଂଞ୍ଜିନିଅର ଆର ଭି ଏନ ଏଲ ର ଶ୍ରୀ ସୁଦାଂସୁ ରାୟ, ଅନ୍ୟତମ ଆଲୁମିନି ସଦସ୍ୟ ଭାବେ ଜୀବନ ବୀମା ଏସ ବି ଆଇ ଲାଇଫ ର ମନୋରଞ୍ଜନ ପାଣିଗ୍ରାହୀ, ଟେକ୍ନିକାଲ ଆସିଷ୍ଟାଣ୍ଟ ଏନ ଆଇ ଟି ରାଉରକେଲା ର ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ, ମନୋନୀତ ପ୍ରତିନିଧି ଭାବେ ବରିଷ୍ଠ ଶିକ୍ଷାବିଦ ତଥା ଆଇନଜୀବୀ ପ୍ରଦୀପ କୁମାର ପୁରୋହିତ, ଓ ସ୍ୱଚ୍ଛ ଭାରତ ର ସମ୍ପାଦକ ତଥା ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଙ୍କୁ ନିଯୁକ୍ତ କରାଯାଇଥିବା ବେଳେ କନଭେନର ମେମ୍ବର ଭାବେ ଗଣିତ ଓ ବିଜ୍ଞାନ ବିଭାଗ ର ଏଚ ଓ ଡି ଶ୍ରୀ ଶାରଦା କୁମାର ନାୟକ ଙ୍କୁ ନିଯୁକ୍ତି କରାଯାଇଛି l